ରାଜଧାନୀରେ ପୁଣି ଖୋଲିବ ଡ୍ୟାନ୍ସବାର, ହାଇକୋର୍ଟଙ୍କ ରାୟ ଅନୁସାରେ ମିଳିଛି ଅନୁମତି
ଭୁବନେଶ୍ବର(କେନ୍ୟୁଜ୍): ରାଜଧାନୀରେ ପୁଣି ଖୋଲିବ ଡ୍ୟାନ୍ସବାର । ହାଇକୋର୍ଟଙ୍କ ରାୟ ଅନୁସାରେ ଅନୁମତି ମିଳିଛି । ଏ ନେଇ ଏକ୍ସସାଇଜ୍ କମିଶନର ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ବାରର ସଙ୍ଗୀତ କାର୍ଯ୍ୟକ୍ରମରେ ୨୧ ବର୍ଷରୁ କମ ମହିଳା ନିୟୋଜିତ ହୋଇପାରିବେ ନାହିଁ । ସେହିପରି ଡ୍ୟାନ୍ସବାରରେ CCTV କ୍ୟାମେରା ଲାଗିବ । ମହିଳା ଡ୍ୟାନ୍ସରଙ୍କ ପରିଚୟପତ୍ର ସହ ଡ୍ୟାନ୍ସବାର ମାଲିକ ଆବେଦନ କରିବେ । ଏଥିପାଇଁ ଆଧାର, ଭୋଟର ଆଇକାର୍ଡ, ଫଟୋ ଦେବାକୁ ହେବ । ବାରରେ ଡ୍ୟାନ୍ସର ଅଙ୍ଗପ୍ରଦର୍ଶନ କଲା ଭଳି ପୋଷାକ ପିନ୍ଧିବେ ନାହିଁ । ଡ୍ୟାନ୍ସଷ୍ଟେଜ୍ ଚାରିପଟେ ୩ ଫୁଟର ରେଲିଂ ରହିବ ।