ଭୂତ ନେଉଛି ବାର୍ଦ୍ଧକ୍ୟ ଭତ୍ତା, ବାଲେଶ୍ୱର ବସ୍ତା ବ୍ଲକ୍‌ ନଟାକଟା ପଞ୍ଚାୟତରେ ୧୭ ମୃତ ବ୍ୟକ୍ତି ନେଉଛନ୍ତି ଭତ୍ତା ଟଙ୍କା

ବାଲେଶ୍ୱର(କେନ୍ୟୁଜ୍): ବସ୍ତା ବ୍ଲକ୍‌ ନଟାକଟା ପଞ୍ଚାୟତରେ ବାର୍ଦ୍ଧକ୍ୟ ଭତ୍ତା ଯୋଜନାରେ ଦୁର୍ନୀତି ଅଭିଯୋଗ । ଅଭିଯୋଗ ଅନୁଯାୟୀ,୨୨ ମାସ ଧରି ୧୭ ଜଣ ମୃତ ବ୍ୟକ୍ତିଙ୍କ ନାଁରେ ନକଲି ଟିପଚିହ୍ନ ଦେଇ ପଞ୍ଚାୟତ କର୍ମଚାରୀ ଭତ୍ତା ଟଙ୍କା ଉଠାଇ ଚାଲିଛନ୍ତି । ଏହି ଘଟଣା ପ୍ରଘଟ ହେବା ପରେ ସମ୍ପୃକ୍ତ କର୍ମଚାରୀମାନେ ପଞ୍ଚାୟତ ଅଫିସରେ ତାଲା ପକାଇ ଫେରାର ହୋଇଯାଇଛନ୍ତି । ଫଳରେ ପଞ୍ଚାୟତ ଅଫିସକୁ ବିଭିନ୍ନ କାମ ପାଇଁ ଆସୁଥିବା ଲୋକେ ଅଫିସରେ ତାଲା ପଡ଼ିଥିବା ଦେଖି ନିରାଶ ହୋଇ ଫେରୁଛନ୍ତି । ସେପଟେ ବାଲେଶ୍ୱର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ପରେ ବସ୍ତା ଥାନା ପୋଲିସ ଏକ ମାମଲା ରୁଜୁ କରିଛି । ହେଲେ ଦୁର୍ନୀତିରେ ସମ୍ପୃକ୍ତ ଥିବା ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନକରି ପଞ୍ଚାୟତର ପିଅନକୁ ପୋଲିସ ଗିରଫ କରି ଚୁପ୍‌ ବସିଥିବା ଅଭିଯୋଗ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.