ପୁଣି ଟ୍ରାଫିକ୍‌ ପୋଲିସ ଓ ଯୁବତୀ ମୁହାଁମୁହିଁ : ଭିଡ଼ିଓ ଭାଇରାଲ

ଭୁବନେଶ୍ୱର : ପୁଣି ଟ୍ରାଫିକ୍‌ ପୋଲିସ ଓ ଯୁବତୀ ମୁହାଁମୁହିଁ ହୋଇଛନ୍ତି । ରୂପାଲି ଛକରେ ଜଣେ ଟ୍ରାଫିକ୍‌ ପୋଲିସକୁ ଯୁବତୀ ମାଡ଼ ମାରିଥିବା ଭିଜୁଆଲ ଭାଇରାଲ ହୋଇଛି । ପୋଲିସ କର୍ମଚାରୀଙ୍କ କଲର ଧରି ମାଡ଼ ମାରିଛନ୍ତି ଯୁବତୀ । ପୋଲିସ କର୍ମଚାରୀଙ୍କ ନେମପ୍ଲେଟ୍‌ ଓ ଆଇଡି ପ୍ରୁଫ୍‌ ମାଗୁଛନ୍ତି । କେମିତି ଜାଣିବେ ସେ ଓଡ଼ିଶା ଗଭର୍ଣ୍ଣମେଣ୍ଟର ଚାକର ବୋଲି ପ୍ରଶ୍ନ କରୁଛନ୍ତି ।

ସୂଚନା ଅନୁସାରେ, ଗତକାଲି ରାତିରେ ଏକ ବାଇକରେ ତିନି ଜଣ ରୂପାଲି ଛକରୁ ବାଣୀବିହାର ଆଡକୁ ଯାଉଥିଲେ । ହେଲେ ହେଲମେଟ୍‌ ପିନ୍ଧିନଥିବାରୁ ପୋଲିସ  ଅଟକାଇଥିଲା । ଯୁକ୍ତିତର୍କ ବେଳେ ପୋଲିସ ପ୍ରଥମେ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଟ୍ରାଫିକ୍‌ ପୋଲିସ ଓ ଯୁବତୀଙ୍କ ମଧ୍ୟରେ ଯୁକ୍ତିତର୍କ ଆହୁରି ବଢ଼ିଥିଲା । ପରିସ୍ଥିତି ଏପରି ହୋଇଥିଲା ଯେ, ଯୁବତୀ ଜଣଙ୍କ ପୋଲିସ କର୍ମଚାରୀଙ୍କ କଲର ଧରି ମାଡ଼ ମାରିବାକୁ ପଛାଇନଥିଲେ । ଉପସ୍ଥିତ ଲୋକ ଅଟକାବାକୁ ଚାହିଁଥିଲେ ମଧ୍ୟ ଶୁଣିନଥିଲେ ଯୁବତୀ । ପୋଲିସ କର୍ମଚାରୀଙ୍କ ଆଇଡି ପ୍ରୁଫ୍‌ ଓ ନେମ୍‌ ପ୍ଲେଟ୍‌ ମାଗିଥିଲେ । ଏହି ଘଟଣାକୁ ନେଇ ପୋଲିସ ନିଜ ଆଡୁ ମହିଳାଙ୍କ ବିରୋଧରେ ମାମଲା ରୁଜୁ କରିବ ବୋଲି ସୂଚନା ଦେଇଛି ।

Leave A Reply

Your email address will not be published.