କଲେଜ୍ ଛାତ୍ରୀଙ୍କୁ ଚାପିଲା ଟ୍ରକ୍ : ଦେଖାଯାଉଛି ଉତ୍ତେଜନା

ବଲାଙ୍ଗିର : ଛାତ୍ରୀଙ୍କୁ ଚାପିଦେଲା ଟ୍ରକ । ବଲାଙ୍ଗିର ସତ୍ୟନାରାୟଣପଡ଼ାରେ ଟ୍ରକ ଧକ୍କାରେ ଜଣେ କଲେଜ ଛାତ୍ରୀଙ୍କ ମୃତ୍ୟୁ ହୋଇଛି । ମୃତ ଛାତ୍ରୀ ଜଣକ ନିର୍ବଚନ୍ ଅଞ୍ଚଳର ମିଲି ନାୟକ । ଆଜି ସକାଳେ ମିଲି କଲେଜ ଯାଉଥିବାବେଳେ ଏକ ଟ୍ରକ ତାଙ୍କ ଉପରେ ଚଢ଼ି ଯାଇଥିଲା। ଗୁରୁତର ଅବସ୍ଥାରେ ବଲାଙ୍ଗିର ମୁଖ୍ୟ ଚିକିତ୍ସାଳୟରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାକୁ ନେଇ ଉତ୍ତେଜନା ଦେଖାଦେଇଛି। ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

Leave A Reply

Your email address will not be published.