Below header

ଆଶା ଓ ଅଙ୍ଗନବାଡ଼ିଙ୍କ ଦରମା ବଢାଇଲେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ବର(କେନ୍ଯୁଜ୍) : ଆଗକୁ ସାଧାରଣ ନିର୍ବାଚନ । ତାପୂର୍ବରୁ ରାଜନେତାଙ୍କୁ ଭୋଟର ବ୍ୟାଙ୍କ ଚିନ୍ତା । ଏହାକୁ ଦୃଷ୍ଟିରେ ରଖି ଆଶା, ଅଙ୍ଗନବାଡ଼ଙ୍କ ଦରମା ବୃଦ୍ଧି ପାଇଁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବର୍ଦ୍ଧିତ ଦରମା ଆସନ୍ତା ମାସରୁ ମିଳିବ । ଦେଶର ଆଶା କର୍ମୀ, ଅଙ୍ଗନବାଡ଼ି କର୍ମୀ ଓ ଏଏନ୍ଏମଙ୍କ ସହ ଭିଡ଼ିଓ କନଫରେନ୍ସିଂରେ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ନିର୍ବାଚନ ପୂର୍ବରୁ ଅଙ୍ଗନବାଡ଼ି କର୍ମୀମାନଙ୍କ ପାଇଁ ଭଣ୍ଡାର ଘର ଚାବି ଖୋଲି ଦେଇଛନ୍ତି କେନ୍ଦ୍ର ସରକାର । ୧୫୦୦ ଟଙ୍କା ଦରମା ବୃଦ୍ଧି କରିଛନ୍ତି ।

anganwadi-worker

ପ୍ରଧାନମନ୍ତ୍ରୀଙ୍କ ଘୋଷଣା ଅନୁସାରେ, ଯେଉଁ ଅଙ୍ଗନବାଡ଼ି କର୍ମୀ ମାସକୁ ୩୦୦୦ ଟଙ୍କା ପାଉଥିଲେ ସେମାନଙ୍କୁ ଏଣିକି କେନ୍ଦ୍ର ସରକାର ଦେବେ ୪୫୦୦ ଟଙ୍କା । ସେହିପରି ଯେଉଁମାନେ ୨୨୦୦ ଟଙ୍କା ଦରମା ପାଉଥିଲେ ସେମାନଙ୍କୁ ୩୫୦୦ ଟଙ୍କା ମିଳିବ । ଅଙ୍ଗନବାଡ଼ି ସହାୟିକାଙ୍କ ଦରମାରେ ୭୫୦ ଟଙ୍କା ବୃଦ୍ଧି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେମାନଙ୍କୁ ଏଣିକି ୧୫୦୦ ଟଙ୍କା ବଦଳରେ ୨୨୫୦ ଟଙ୍କା ଦରମା ମିଳିବ । ଏହା ବ୍ୟତୀତ ମୋଦି ଘୋଷଣା କରିଛନ୍ତି ଯେଉଁ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନେ Common Application Software (ICDS-CAS) ବ୍ୟବହାର କରୁଛନ୍ତି ସେମାନଙ୍କୁ ଅତିରିକ୍ତ ଭତ୍ତା ମିଳିବ । ପ୍ରଦର୍ଶନ ଅନୁସାରେ ୨୫୦ ଟଙ୍କାରୁ ୫୦୦ ଟଙ୍କା ପର୍ଯ୍ଯନ୍ତ ଭତ୍ତା ଦେବାକୁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେହିପରି ଆଶା କର୍ମୀମାନଙ୍କ ଭତ୍ତାକୁ ଦୁଇ ଗୁଣା ବୃଦ୍ଧି  କରିଛନ୍ତି କେନ୍ଦ୍ର ସରକାର ।

ଏହା ବ୍ୟତୀତ ଆଶା କର୍ମୀ ଓ ସହାୟିକାଙ୍କୁ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଓ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ମାଗଣା ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ଦୀର୍ଘ ଦିନରୁ ଦରମା ଓ ଭତ୍ତା ବୃଦ୍ଧି ଦାବି କରି ଆସୁଥିଲେ ଆଶା ଓ ଅଙ୍ଗନବାଡ଼ି କର୍ମୀ । ଏପରିକି ଗତ ମାସରେ ଦିଲ୍ଲୀଠାରେ ଆନ୍ଦୋଳନ ଜୋରଦାର ବି ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.