ଫେସବୁକ୍ ଦୁନିଆରେ ହଲଚଲ୍ ମଚାଇଥିବା ଏହି ଚର୍ଚ୍ଚିତ ଚେହେରା ଅସଲରେ କାହାର ?

ମେମେ ଦୁନିଆର ଷ୍ଟାର୍ , କମେଂଟ୍ ପାଇଁ ଯାହାକୁ ଆପଣ କରନ୍ତି ବ୍ୟବହାର

ଗୋଟିଏ ସମୟ ଥିଲା ଯେତେବେଳେ ପ୍ରସିଦ୍ଧ ହେବା ପାଇଁ ବହୁତ କିଛି କରିବାକୁ ପଡୁଥିଲା । ଏତେ ସହଜରେ କାହାକୁ ମିଳୁନଥିଲା ଲୋକପ୍ରିୟତା । କାହାକୁ ପ୍ରସିଦ୍ଧ କରିବାର ଦାୟିତ୍ବ କେବଳ ଖବର କାଗଜ ଏବଂ ରେଡିଓର ଥିଲା । ପରିବର୍ତ୍ତିତ ସମୟ ସହ ଏହି ଦାୟିତ୍ବ ନେଲା ଟେଲଭିଜନ୍ । ପୁଣି ସମୟ ବଦଳିଲା ଆଉ ଆସିଲା ଇଣ୍ଟରନେଟର ସୁବର୍ଣ୍ଣ ଯୁଗ ।

ତେବେ କିଛି ଖାସ୍ କିମ୍ବା ନିଆରା କାମ କଲେ ହିଁ ପ୍ରସିଦ୍ଧି ମିଳିଥାଏ । କିନ୍ତୁ ଇଣ୍ଟରନେଟକୁ କାମ କିମ୍ବା ନାମ ସହ କୌଣସି ସମ୍ପର୍କ ନାହିଁ । ଏଠାରେ କେହି ବି ଫେମସ୍ ହୋଇଯାଏ । ଖାସ୍ କରି ମେମେସ୍ ଜରିଆରେ କୌଣସି ବି ବ୍ୟକ୍ତିଙ୍କୁ ଟ୍ରୋଲର୍ସ ପ୍ରସିଦ୍ଧ କରାଇଦେଇଥାନ୍ତି । ଯୁବପିଢୀ ତେଣିକି ନିଜ ପ୍ରଧାନମନ୍ତ୍ରୀଙ୍କୁ ନଜାଣିଥାନ୍ତୁ କିନ୍ତୁ ମାର୍କେଟକୁ ନୂଆ ମେମେ ଆସିଲେ ତାର ଜ୍ଞାନ ମିଳିଯାଏ । ଆଜି ଆମେ ସେମିତି କିଛି ଲୋକଙ୍କୁ କଥା କହିବୁ ଯେଉଁମାନେ ଆଜି ମେମେ ମାଧ୍ୟମରେ ଇଣ୍ଟରନେଟରେ ରାଜ୍ କରୁଛନ୍ତି ।

ଏହି ପିଲାକୁ ତ ସମସ୍ତେ ଜାଣନ୍ତି 

memeସୋସିଆଲ୍ ମିଡିଆରେ ଚିହ୍ନା ପରିଚିତ ଚେହେରା । କାହାର ଫଟୋରେ କମେଂଟ୍ ହେଉ ବା କାହାକୁ ପରିହାସ କରିବା ପାଇଁ ହେଉ । ଫେସବୁକରେ ପ୍ରାୟ ଦେଖିବାକୁ ମିଳେ ଏହି ଲୋକପ୍ରିୟ ‘ମେମେ’ । ଏହି ପିଲାଟିର ଅସଲା ନାମ ହେଉଛି ସେମୀ । ଯାହାକୁ ସକସେସ୍ କିଡ୍ ମଧ୍ୟ କୁହାଯାଏ ।

ଏହା ସହ ପଢନ୍ତୁ ଭାରତର ଶକ୍ତିଶାଳୀ କ୍ଷେପଣାସ୍ତ୍ର, ଯାହା ହଜାଇଛି ଶତ୍ରୁଙ୍କ ନିଦ

ଫଟୋଟି ୨୦୦୭ରେ ଉଠାଯାଇଥିଲା । ଲେନି ଗ୍ରୀନର୍ ନାମକ ଜଣେ ପ୍ରସିଦ୍ଧ ଫଟୋଗ୍ରାଫର୍ ନିଜ ୧୧ ମାସର ପୁଅ ସେମୀ ଗ୍ରୀନର୍ ସହ ଏକ ସମୁଦ୍ରକୂଳକୁ ବୁଲି ଯାଇଥିଲେ । ଏହି ସମୟରେ ସେମୀ ହାତରେ ମୁଠାଏ ବାଲି ଧରି ଖାଇବାକୁ ଯାଉଥିବା ସମୟରେ ଲେନି ଏହି ମୁହୂର୍ତ୍ତକୁ ନିଜ କ୍ୟାମେରାରେ କଏଦ କରିନେଇଥିଲେ । ଏହାପରେ ଏହି ଫଟୋକୁ ସେୟାର୍ କରିଥିଲେ ଯାହା ସମସ୍ତଙ୍କୁ ବହୁତ୍ ପସନ୍ଦ ଆସିଥିଲା । ଏହା ପରେ ଏହି ଫଟୋକୁ ଅନ୍ୟ ଏକ ୱେବସାଇଟ୍ ଫଟୋସପ୍ କରି ବ୍ୟବହାର କରିଥିଲେ । ଧୀରେ ଧୀରେ ଏହି ଫଟୋ ଲୋକପ୍ରିୟ ହେବା ସହ ଲୋକମାନେ ଫଟୋସପ୍ କରି ନିଜ ହିସାବରେ ବ୍ୟବହାର କରିବାକୁ ଆରମ୍ଭ କଲେ ।

ମେମେ ଦୁନିଆଁର ଅସହାୟ ନାରୀ 

meme girlମେମେ ଦୁନିଆଁର ଏହି ଅବଲା ନାରୀ ଖୁବ୍ ଫେମସ୍ । ଏହି ଫଟୋକୁ ପ୍ରଥମେ ବଜଫିଡ୍ ଦ୍ବାରା ବ୍ୟବହାର କରାଯାଇଥିଲା । ଏହାପରେ ଟ୍ରୋଲର୍ସ ଏହି ଫଟୋକୁ କେଉଁଠି କେଉଁଠି ବ୍ୟବହାର କରିଛନ୍ତି ତାହା ହିସାବ ନାହିଁ ।

ଅସହାୟ ନାରୀଙ୍କ ଅସଲ ଫଟୋ 

meem girlମେମେରେ ନଜର ଆସୁଥିବା ମହିଳା ଅସଲରେ ଏତେ ହଟ୍ ଆପଣ ବିଶ୍ବାସ ମଧ୍ୟ କରିପାରିବେନି । ଏହି ମଡେଲଙ୍କ ନାଁ ହେଉଛି ସିଲବିଆ ବୋଟିନି । ଇଟାଲୀର ସିଲବିଆ ପେଷାରେ ଜଣେ ଅଭିନେତ୍ରୀ ତଥା ମଡେଲ୍ । ଅନେକ ଫିଲ୍ମରେ କାମ କରିସାରିଛନ୍ତି ସିଲବିଆ ।

ସ୍କେପ୍ଟିକଲ୍ ବେବିର ତ ଅଲଗା ହିଁ ଜଲୱା 

meme kidମେମେ ୱଲର୍ଡର ଭାଇରାଲ୍ ପିଲା – ସ୍କେପ୍ଟିକଲ୍ ବେବି । ଫେସମ୍ ହେବା ମାମଲାରେ ସକସେସ୍ କିଡକୁ ମଧ୍ୟ ଟକ୍କର ଦେବ ସ୍କେପ୍ଟିକଲ୍ ବେବି । ଫଟୋ ଉଠାଇଥିବା ଲୋକକୁ ନିଶ୍ଚୟ ଏହି ପିଲାଟିର ଚେହେରାର ହାବ ଭାବ ଦେଖି ଅନ୍ଦାଜ ହୋଇଯାଇଥିବ ଯେ ୟେ ତୋ ଭାଇରାଲ୍ ହେ ବସ୍ ।

ଅସଲା ଫଟୋ 

kid

ଏହି ଫଟୋଟି ଜିରୋଡ୍ ନୋଟେନଙ୍କ ଦ୍ବାରା ନିଆଯାଇଛି । ଫଟୋରେ ସ୍କେପ୍ଟିକଲ୍ ବେବି ସହ ଅଛନ୍ତି ତାଙ୍କ ବାପା । ଫଟୋଟି ନେବା ସମୟରେ କେହି ବି ଭବି ନଥିବେ ଆଗକୁ ଯାଇ ମେମେ ଦୁନିଆଁର ଡାର୍ଲିଂ ହୋଇଯିବ ବୋଲି ।

ଦ ଲିଜେଣ୍ଡ 

YaoMingMemeଏ ହେଉଛି ମେମେ ଦୁନିଆଁର କିମ୍ବଦନ୍ତୀ । ଟ୍ରୋଲର୍ସଙ୍କ ଭଗବାନ୍ । ମେମେସକୁ ଅଲଗା ସ୍ତରକୁ ନେବାର ଶ୍ରେୟ ୟାଙ୍କୁ ହିଁ ଯାଉଛି । ଇଣ୍ଟରନେଟରେ ନିଜ ଛାପ ଛାଡିଥିବା ଏହି ମେମେର ମୁକାବିଲା କରିବା ଆଉ କାହା ପକ୍ଷେ ସମ୍ଭବ ନୁହେଁ ।

ଅସଲ ଚେହେରା 

yao mingମେମେରେ ଆପଣ ଦେଖୁଥିବା ଚେହେରା ହେଉଛି ୟାଓ ମିଙ୍ଗଙ୍କର । ମିଙ୍ଗ୍ ହେଉଛନ୍ତି ଚୀନର ଜଣେ ବାସ୍କେଟ୍ ବଲ୍ ଖେଳାଳୀ । ମିଙ୍ଗ୍ ଯଦିଓ ବାସ୍କେଟବଲ୍ ପାଇଁ ପରିଚିତ କିନ୍ତୁ ମେମେବାଲାଙ୍କ ଦୟାରୁ ଆସନ୍ତା ପିଢୀ ତାଙ୍କୁ ମେମେ ଦୁନିଆର ଦେବତା ଭାବରେ ଚିହ୍ନିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.