ଆମାଜନରେ ଆରମ୍ଭ ହେଲା ହୁୱାଇର ସେଲ, ୧୦ହଜାର ପର୍ଯ୍ଯନ୍ତ ରହିଛି ରିହାତି

ନୂଆଦିଲ୍ଲୀ : ମୋବାଇଲ ବ୍ରାଣ୍ଡ ହୁୱାଇ ୧୧ ରୁ ୧୩ ସେପ୍ଟେମ୍ବର ମଧ୍ୟରେ “ହୁୱାଇର ଗ୍ରାଣ୍ଡ ସେଲ” ର ଘୋଷଣା କରିଛି। ଏହି ସେଲକୁ ଇ-କମର୍ସ ସାଇଟ ଆମାଜନରେ ଦିନ ୧୨ ଟାରୁ ୩ ଟା ପର୍ଯ୍ଯନ୍ତ ରହିବ। ଏହି ସେଲ ସମୟରେ ହୁୱାଇର ପ୍ରିମିୟମ ସ୍ମାର୍ଟଫୋନ୍ ହୁୱାଇ ପି୨୦ ଲାଇଟ, ନୋଭା ୩ଆଇ ଏବଂ ପି୨୦ ପ୍ରୋ ଆଦିରେ ୧୦ହଜାର ଟଙ୍କା ପର୍ଯ୍ଯନ୍ତ ରିହାତିର ଅଫର ରହିଛି। ହୁୱାଇ ପି୨୦ ଲାଇଟର ବିଷୟରେ କହିବାକୁ ଗଲେ ୫୦୦୦ଟଙ୍କାର ରିହାତି ଦିଆଯାଇଛି ଏଥିସହ ଏହାର ମୂଲ୍ଯ ୧୭,୯୯୯ଟଙ୍କା ହୋଇଯିବ।

huawei-sale

ସେହିପରି ପି୨୦ ଲାଇଟର ବାସ୍ତବିକ ମୂଲ୍ଯ ୧୯,୯୯୯ଟଙ୍କା ଥିବା ବେଳେ ଏହା ସହ ୯ମାସର ନୋକଷ୍ଟ ଇଏମଆଇ ଅପସନ ସହ ଗ୍ରାହକଙ୍କୁ ମିଳୁଛି। ଏହାପରେ ଯଦି ହୁୱାଇ ନୋଭା ୩ଆଇ ବିଷୟରେ କହିବାକୁ ଗଲେ ମୋବାଇଲଟିକୁ ୧୯,୯୯୦ ଟଙ୍କାରେ ବିକ୍ରି କରାଯାଉଛି। ଏଥିରେ କମ୍ପାନି କେବଳ ୪ହଜାର ଟଙ୍କାର ରିହାତି ଦେଉଛି।

ସବୁଠାରୁ ଅଧିକ ରିହାତି ହୁୱାଇର ନୋଭା ୩ ଏବଂ ପି୨୦ ପ୍ରୋ ସ୍ମାର୍ଟଫୋନରେ ଦିଆଯାଉଛି। ଏହି ଦୁଇଟି ମୋବାଇଲର  ରିହାତି ପରେ ମୂଲ୍ଯ ୩୨,୯୯୯ ଏବଂ ୫୯,୯୯୯ଟଙ୍କା ରହିଛି। ତେବେ ଏହାକୁ କିଣିବା ସମୟରେ ଯଦି ଆପଣ ସଠିକ୍ ପେମେଏଣ୍ଟ ଅପସନ ଚୟନ କରୁଛନ୍ତି ତେବେ ଆପଣଙ୍କୁ ଆହୁରି ଅଧିକ ରିହାତି ମଧ୍ୟ ମିଳିପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.