Below header

କଟକରେ ପୁଣି ନକଲି ମସଲା ଗୁଣ୍ଡ କମ୍ପାନୀ ଠାବ, ୬ ବର୍ଷ ହେବ ବେଧଡ଼କ ଭାବେ କରୁଥିଲା କାରବାର

ଲଙ୍କା ଗୁଣ୍ଡ , ହଳଦୀ ଗୁଣ୍ଡ , ଜିରା ,ଗୁଣ୍ଡ ,ଧନିଆ ଗୁଣ୍ଡ ଭଳି ବିଭିନ୍ନ ଅପମିଶ୍ରିତ ମସଲା ଗୁଣ୍ଡ ପ୍ରସ୍ତୁତ ହେଉଥିଲା ଏଠାରେ। ଖବର ପାଇ ମାଲଗୋଦାମ ଥାନା ପୋଲିସ ଓ ସିଏମସି ଫୁଡ଼ ସ୍କ୍ୱାର୍ଡ଼ ଚଢାଉ କରିଥିଲା।

କଟକ(କେନ୍ୟୁଜ୍): କଟକରେ ନକଲି ମସଲା ଗୁଣ୍ଡ କମ୍ପାନୀ ଠାବ। ମାଲଗୋଦାମ ଅଞ୍ଚଳରେ ଠାବ କରାଯାଇଛି ଏହି ନକଲି ମସଲା ଗୁଣ୍ଡ କମ୍ପାନୀ। ଲଙ୍କା ଗୁଣ୍ଡ , ହଳଦୀ ଗୁଣ୍ଡ , ଜିରା ,ଗୁଣ୍ଡ ,ଧନିଆ ଗୁଣ୍ଡ ଭଳି ବିଭିନ୍ନ ଅପମିଶ୍ରିତ ମସଲା ଗୁଣ୍ଡ ପ୍ରସ୍ତୁତ ହେଉଥିଲା ଏଠାରେ। ଖବର ପାଇ ମାଲଗୋଦାମ ଥାନା ପୋଲିସ ଓ ସିଏମସି ଫୁଡ଼ ସ୍କ୍ୱାର୍ଡ଼ ଚଢାଉ କରିଥିଲା। ପାଖା ପାଖି ୬ ବର୍ଷ ହେବ ଏହି ନକଲି ମସଲା ଗୁଣ୍ଡ କମ୍ପାନୀ ଚାଲିଥିଲା ।

ବିଭିନ୍ନ ମସଲାରେ ଚାଉଳ ଗୁଣ୍ଡ ଓ ରାସାୟନିକ ରଙ୍ଗ ମିଶ୍ରଣ କରି ଏହି ନକଲି ମସଲା ଗୁଣ୍ଡକୁ ପ୍ରସ୍ତୁତ କରି ବଜାରରେ ବିକ୍ରି କରୁଥିଲେ। ଏହା ସହ ବେଶନରେ ମଧ୍ୟ ଅପମିଶ୍ରିଣ କରି ବଜାରରେ ବିକ୍ରି କରାଯାଉଥିଲା। ପୋଲିସ ଓ ସିଏମସି ଫୁଡ଼ ସ୍କ୍ୱାର୍ଡ଼ ଚଢ଼ାଉ କରି ବିପୁଳ ପରିମାଣର ନକଲି ମସଲା ଗୁଣ୍ଡକୁ ଜବତ କରିବା ସହ କମ୍ପାନୀକୁ ସିଲ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.