ଆଜିର ରାଶି: ଏହି ରାଶିର ଲୋକେ ସାମାଜିକ କାର୍ଯ୍ୟ ପ୍ରତି ମନ ବଳାଇବେ

ଆଜି ପୂରା ଦିନ ନିଜକୁ ସତେଜ ଅନୁଭବ କରିବେ। ମହିଳାମାନେ ଘର କାମରୁ ଆରାମ ପାଇବେ। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦିନଟି ଭଲ। ସୋସିଆଲ ମିଡିଆ ଜରିଆରେ ସାମାଜିକ କାର୍ଯ୍ୟ କରିବେ। ଆର୍ଥିକ ଲାଭ ମିଳିବ। ପରିବାର ସଦସ୍ୟଙ୍କ ସହିତ ଧାର୍ମିକ କାର୍ଯ୍ୟ କରିବେ।

ମେଷ: ଆଜି ପୂରା ଦିନ ନିଜକୁ ସତେଜ ଅନୁଭବ କରିବେ। ମହିଳାମାନେ ଘର କାମରୁ ଆରାମ ପାଇବେ। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦିନଟି ଭଲ ହେବ।

ବୃଷ: ସୋସିଆଲ ମିଡିଆ ଜରିଆରେ ସାମାଜିକ କାର୍ଯ୍ୟ କରିବେ। ଆର୍ଥିକ ଲାଭ ମିଳିବ। ପରିବାର ସଦସ୍ୟଙ୍କ ସହିତ ଧାର୍ମିକ କାର୍ଯ୍ୟ କରିବେ।

ମିଥୁନ: ଆଜି ଆପଣଙ୍କ ଦିନ ଭଲ ରହିବ। ବ୍ୟବସାୟ ଆରମ୍ଭ କଲେ ସଫଳତା ପାଇବେ। ପିଲାମାନଙ୍କ ସ୍ୱାସ୍ଥ୍ୟ ଭଲ ରହିବ।

କର୍କଟ: ଜୀବନସାଥୀ ଆପଣଙ୍କୁ କିଛି ଭଲ ରାନ୍ଧିକି ଖୁଆଇବେ। ଛାତ୍ରମାନେ କ୍ୟାରିୟରକୁ ନେଇ ଯୋଜନା କରିବେ। ଜୀବନ ସୁଖମୟ ହେବ।

ସିଂହ: ଯେଉଁ କାମ ଆରମ୍ଭ କରିବେ, ତାହା ଠିକ୍‌ ସମୟରେ ସରିବ। ଚାକିରି ଖୋଜୁଥିବା ଲୋକେ ଭଲ ସୁଯୋଗ ପାଇବେ। ସ୍ୱାସ୍ଥ୍ୟ ଭଲ ରହିବ।

କନ୍ୟା: ଅଫିସରେ ଆପଣଙ୍କ କଥାକୁ ଗୁରୁତ୍ୱ ଦିଆଯିବ। ନୂଆ ସ୍ରୋତରୁ ଧନ ପ୍ରାପ୍ତ ହେବ। ଜୀବନସାଥୀଙ୍କ ସହିତ ତାଳମେଳ ବଜାୟ ରହିବ।

ତୁଳା: ଆଜି ବାପାଙ୍କ ସମର୍ଥନ ପାଇବେ। ଲେଖକ ମାନଙ୍କ ପାଇଁ ଦିନଟି ବହୁତ ଭଲ। ସୋସିଆଲ ମିଡିଆରେ ସାଙ୍ଗ ତାଲିକା ବୃଦ୍ଧି ପାଇବ।

ବିଛା: ମାତୃ ପାର୍ଶ୍ୱରୁ କିଛି ଭଲ ଖବର ମିଳିବ। ଅନଲାଇନ୍ ବ୍ୟବସାୟ କରୁଥିବା ଲୋକେ କୌଣସି ବଡ଼ ଅର୍ଡର ପାଇବେ। ମନ ଖୁସି ରହିବ।

ଧନୁ: ମନ କଥା ଜୀବନସାଥୀଙ୍କୁ କୁହନ୍ତୁ। ସରକାରୀ ଚାକିରି କରୁଥିବା ଲୋକଙ୍କର ଟ୍ରାନ୍ସଫର ହୋଇପାରେ। ଛାତ୍ରଙ୍କର ପଢ଼ାରେ ମନ ଲାଗିବ।

ମକର: ଆଜି ମା’ ସହିତ ସମୟ ବିତାଇବେ। ମା’ ଆପଣଙ୍କୁ ନେଇ ଖୁସି ରହିବେ। ନିଜର ଖାଦ୍ୟ ପେୟ ଉପରେ ଧ୍ୟାନ ଦେବା ଆବଶ୍ୟକ।

କୁମ୍ଭ: ଆର୍ଥିକ ସ୍ଥିତି ଦୃଢ଼ ହେବ। ଲୋକଙ୍କ ମଧ୍ୟରେ ଆପଣଙ୍କ ମାନ ସମ୍ମାନ ବଢ଼ିବ। ପାରିବାରିକ ଏବଂ ଦାମ୍ପତ୍ୟ ସମ୍ପର୍କ ଅଧିକ ମଜଭୁତ ହେବ।

ମୀନ: ଅଫିସ୍‌ରେ ସହକର୍ମୀ ଆପଣଙ୍କ ବିଚାରକୁ ବିରୋଧ କରିବେ। ଆଜି ସନ୍ତାନର ଆବଶ୍ୟକତା ପ୍ରତି ଧ୍ୟାନ ଦେବେ। କଠିନ ପରିଶ୍ରମ କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.