Below header

ନବୀନଙ୍କ ନାଁରେ ଯୋଡ଼ି ହେବ ଆଉ ଏକ ରେକର୍ଡ: ସର୍ବାଧିକ କାଳ ସିଏମ୍‌ ପଦରେ ରହିବାରେ ଦେଶର ହେବେ ଦ୍ୱିତୀୟ ମୁଖ୍ୟମନ୍ତ୍ରୀ

ନବୀନଙ୍କ ନାଁରେ ଯୋଡ଼ି ହେବ ଆଉ ଏକ ରେକର୍ଡ । ରାଜନୈତିକ କ୍ୟାରିୟରରେ ଆସନ୍ତାକାଲି ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁଙ୍କର ରେକର୍ଡ ଭାଙ୍ଗିବେ ।

ଭୁବନେଶ୍ୱର(କେନ୍ୟୁଜ୍‌): ନବୀନଙ୍କ ନାଁରେ ଯୋଡ଼ି ହେବ ଆଉ ଏକ ରେକର୍ଡ । ରାଜନୈତିକ କ୍ୟାରିୟରରେ ଆସନ୍ତାକାଲି ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁଙ୍କର ରେକର୍ଡ ଭାଙ୍ଗିବେ । ଆସନ୍ତାକାଲି ସର୍ବାଧିକ କାଳ ସିଏମ୍‌ ପଦରେ ରହିବାରେ ନବୀନ ହେବେ ଦେଶରେ ଦ୍ୱିତୀୟ ମୁଖ୍ୟମନ୍ତ୍ରୀ । ୨୦୦୦ ମସିହା ମାର୍ଚ୍ଚ ୫ରେ ପ୍ରଥମ ଥର ପାଇଁ ଓଡ଼ିଶାର ଶାସନ ଗାଦିରେ ବସିଥିଲେ ନବୀନ । ଲଗାତାର ୫ଥର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇ ଆସୁଛନ୍ତି । ମୁଖ୍ୟମନ୍ତ୍ରୀ କାର୍ଯ୍ୟକାଳରେ ୨୩ବର୍ଷ ୧୩୭ ଦିନ ଅତିକ୍ରମ କରି ସାରିଛନ୍ତି ନବୀନ ।

ଆଜି ସେ ଜ୍ୟୋତି ବସୁଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି । ତାଙ୍କ ପୂର୍ବରୁ ସର୍ବାଧିକ କାଳ ସିଏମ୍‌ ପଦରେ ରହିଥିବା ଦେଶର ଦ୍ୱିତୀୟ ମୁଖ୍ୟମନ୍ତ୍ରୀ ଥିଲେ ଜ୍ୟୋତି ବସୁ । ପଶ୍ଚିମବଙ୍ଗରେ ସିପିଏମର ୩୪ ବର୍ଷ ଧରି ସରକାରରେ ଜ୍ୟୋତି ବସୁ ୨୩ ବର୍ଷ ୧୩୮ ଦିନ ମୁଖ୍ୟମନ୍ତ୍ରୀ ପଦରେ ରହିଥିଲେ । ଦେଶରେ ସବୁଠାରୁ ଅଧିକ ସମୟ ମୁଖ୍ୟମନ୍ତ୍ରୀ ପଦରେ ରହିବାରେ ପ୍ରଥମ ସ୍ଥାନରେ ଅଛନ୍ତି ସିକିମର ପୂର୍ବତନ ମୁଖ୍ୟମନ୍ତ୍ରୀ ପୱନ କୁମାର ଚାମଲିଙ୍ଗ ।

ସେ ୧୯୯୪ ଡିସେମ୍ବର ୧୨ରୁ ୨୦୧୯ ମେ ୨୭ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଥିଲେ । ପଓ୍ଵନ କୁମାର ଚାମଲିଙ୍ଗ, ଜ୍ୟୋତି ବସୁ ଓ ନବୀନ ନିରବଚ୍ଛିନ୍ନ ଭାବରେ ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରିଛନ୍ତି । ଯାହା ଦେଶରେ ଏକ ରେକର୍ଡ । ନବୀନ ଶାସନ ଭାର ସମ୍ଭାଳିବା ପରେ ଭୋକର ଭୂଗୋଳରୁ ବାହାରି ଓଡ଼ିଶା ଖାଦ୍ୟଶସ୍ୟରେ ବଳକା ରାଜ୍ୟ ହୋଇଛି । ମୁଣ୍ଡପିଛା ଆୟ ବୃଦ୍ଧି, ମହିଳା ସଶକ୍ତିକରଣ, ଶିଳ୍ପ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ସହ ଭିତ୍ତିଭୂମିରେ ବିକାଶ ହୋଇଛି । ନିରନ୍ତର ବିକାଶ ଓ ଜନକଲ୍ୟାଣକାରୀ ଯୋଜନା ବଳରେ ଲୋକଙ୍କ ପ୍ରିୟଭାଜନ ହୋଇପାରିଛି ନବୀନ ସରକାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.