ଗଞ୍ଜାମ ପୁଇଁତୋଳା ଛକ ନିକଟରୁ ଗନ୍‌ ପଏଣ୍ଟରେ ୨ ଭାଇଙ୍କୁ ଅପହରଣ

ଗନ୍‌ ପଏଣ୍ଟରେ ୨ ଭାଇଙ୍କୁ ଅପହରଣ । ଗଞ୍ଜାମ ଜିଲ୍ଲା ପୁଇଁତୋଳା ଛକ ନିକଟରୁ ୨ ଭାଇଙ୍କୁ ଅପହରଣ କରି ନେଇଛନ୍ତି ଦୁର୍ବୃତ୍ତ। ନିଜ ଦୋକାନରେ ବସିଥିବାବେଳେ କାରରେ ଆସି ବନ୍ଧୁକ ଦେଖାଇ ଅପହରଣ କରି ନେଇଛନ୍ତି ଦୁର୍ବୃତ୍ତ ।

ବ୍ରହ୍ମପୁର(କେନ୍ୟୁଜ୍): ଗନ୍‌ ପଏଣ୍ଟରେ ୨ ଭାଇଙ୍କୁ ଅପହରଣ । ଗଞ୍ଜାମ ଜିଲ୍ଲା ପୁଇଁତୋଳା ଛକ ନିକଟରୁ ୨ ଭାଇଙ୍କୁ ଅପହରଣ କରି ନେଇଛନ୍ତି ଦୁର୍ବୃତ୍ତ। ନିଜ ଦୋକାନରେ ବସିଥିବାବେଳେ କାରରେ ଆସି ବନ୍ଧୁକ ଦେଖାଇ ଅପହରଣ କରି ନେଇଛନ୍ତି ଦୁର୍ବୃତ୍ତ। ଅପହୃତ ଦୁଇ ଜଣ ହେଲେ ଦୁଇ ଭାଇ ପଞ୍ଚୁ ସାହୁ ଓ କୃଷ୍ଣ ସାହୁ ।

ଗଞ୍ଜାମ ଥାନା ଠାରୁ ଶହେ ମିଟର ଦୂରରେ ହୋଇଛି ଅପହରଣ । ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିବା ସହ ଜାତୀୟ ରାଜପଥ ଅବରୋଧ କରିଥିଲେ। ଫଳରେ ଜାତୀୟ ରାଜପଥରେ ଅଟକି ରହିଥିଲା ଶହ ଶହ ଗାଡ଼ି। ଅପହୃତାଙ୍କୁ ଗିରଫ କରିବା ନେଇ ପୋଲିସ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଛି ।

ତେବେ କିଏ ଓ କାହିଁକି ଅପହରଣ କଲା ସେନେଇ କାରଣ ଜଣାପଡିନି । ଦୁର୍ବୃତ୍ତଙ୍କୁ ଧରିବାକୁ ଟିମ୍‌ ଗଠନ କରି ପୋଲିସ ତଦନ୍ତ ଜାରି ରଖିଛି। ଗଞ୍ଜାମ, ଛତ୍ରପୁର ଓ ଚମାଖଣ୍ଡି ଥାନା ଅଧିକାରୀ ଓ ଛତ୍ରପୁର ଏସଡିପିଓଙ୍କୁ ନେଇ ହୋଇଛି ସ୍ୱତନ୍ତ୍ର ଟିମ୍‌ । ଗଞ୍ଜାମ ଥାନା ଠାରୁ ଶହେ ମିଟର ଦୂରରେ ହୋଇଛି ଅପହରଣ ।

Leave A Reply

Your email address will not be published.