୧୭ ପ୍ରସ୍ତାବ ଉପରେ ମୋହର ମାରିଲା ରାଜ୍ୟ କ୍ୟାବିନେଟ, ମିଶନ ଶକ୍ତ ମହିଳା ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ମିଶନ ଶକ୍ତି ସ୍କୁଟର ଯୋଜନା

ମିଶନ ଶକ୍ତ ମହିଳା ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ମିଶନ ଶକ୍ତି ସ୍କୁଟର ଯୋଜନା। ଏହି ଯୋଜନା ମାଧ୍ୟମରେ ଏସଏଚଜି ସଦସ୍ୟାମାନେ ସ୍କୁଟର କିଣିବା ପାଇଁ ଏକଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ଉପରେ ସଂପୂର୍ଣ୍ଣ ସୁଧ ଫେରସ୍ତ ପାଇବେ।

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟ କ୍ୟାବିନେଟରେ ୧୭ ପ୍ରସ୍ତାବ ଉପରେ ବାଜିଲା ମୋହର । ୧୧ଟି ବିଭାଗର ୧୭ଟି ପ୍ରସ୍ତାବ ଆଗତ ହୋଇଥିବା ବେଳେ ଏହା କ୍ୟାବିନେଟର ସ୍ୱୀକୃତି ଲାଭ କରିଛି । ଆହୁରି ସଶକ୍ତ ହେବ ମିଶନ ଶକ୍ତି । ମିଶନ ଶକ୍ତ ମହିଳା ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ମିଶନ ଶକ୍ତି ସ୍କୁଟର ଯୋଜନା। ଏହି ଯୋଜନା ମାଧ୍ୟମରେ ଏସଏଚଜି ସଦସ୍ୟାମାନେ ସ୍କୁଟର କିଣିବା ପାଇଁ ଏକଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ଉପରେ ସଂପୂର୍ଣ୍ଣ ସୁଧ ଫେରସ୍ତ ପାଇବେ। ସମବାୟ ବ୍ୟାଙ୍କ ଓ ସମବାୟ ସମିତିରୁ ଫସଲ ଋଣ ନେଉଥିବା ଚାଷୀଙ୍କ ଋଣ ଉପରେ ସୁଧ ଛାଡ଼ କରାଯାଇଛି। ନିୟମିତ କୃଷି ଋଣ ପରିଶୋଧ କରୁଥିବା ଚାଷୀମାନଙ୍କୁ ଉଭୟ ଖରିଫ ଓ ରବି ଋତୁରେ ବ୍ୟାଙ୍କ ମାନଙ୍କ ଦ୍ୱାରା ବିନା ସୁଧରେ ଏକଲକ୍ଷ ଟଙ୍କା ଋଣ ପ୍ରଦାନ କରାଯିବ। ଚଳିତ ଆର୍ଥିକ ବର୍ଷରୁ ଋଣ ସୁଧ ରିହାତି ଯୋଜନାରେ ୫ବର୍ଷ ପାଇଁ ସୁଧ ଛାଡ଼ ବ୍ୟବସ୍ଥା ଲାଗୁ ହେବ।ଓଡ଼ିଶା କମ୍ପ୍ରିହେନ୍‌ସିଭ କ୍ୟାନସର ପ୍ଲାନକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ ମିଳିଛି। କର୍କଟ ରୋଗୀଙ୍କୁ ଚିକିତ୍ସା ଯୋଗାଇବାକୁ କ୍ୟାବିନେଟ ୧୦୦୧.୧୪ କୋଟି ଟଙ୍କା ବଜେଟ ଅନୁମୋଦନ କରିଛନ୍ତି । ୨ବର୍ଷ ମଧ୍ୟରେ ୧୧ଟି ସାମୁହିକ କର୍କଟ ଚିକିତ୍ସା ୟୁନିଟ ନିର୍ମାଣ କରାଯିବ। ଏହା ପରେ କ୍ୟାନସର ରୋଗୀଙ୍କୁ ଉନ୍ନତ କର୍କଟ ଚିକିତ୍ସା ପାଇଁ ରାଜ୍ୟ ବାହାରକୁ ଯିବାକୁ ପଡ଼ିବ ନାହିଁ।

ଜଙ୍ଗଲର ସୁରକ୍ଷା ପାଇଁ ବନ ସୁରକ୍ଷା ସମିତି ଅଧିନରେ ରାଜ୍ୟରେ ପ୍ରାୟ ୧୦ହଜାର ଗୃହ ନିର୍ମାଣ କରାଯିବ। ଆଗାମୀ ୪ବର୍ଷରେ ପର୍ଯ୍ୟାୟକ୍ରମରେ ଏହାକୁ ନିର୍ମାଣ କରାଯିବ। ବନ ସୁରକ୍ଷା ସମିତି ଗୃହ ଗାଁରେ ଏକ ଅନୁଷ୍ଠାନ ଭାବେ ବିବେଚିତ ହେବ । ରାଜ୍ୟ ସେକ୍ଟର ସଡ଼କ ବିକାଶ କାର୍ଯ୍ୟକ୍ରମରେ ମାର୍ଶାଘାଇ-ଜମ୍ବୁ ରାସ୍ତାକୁ ପ୍ରଶସ୍ତିକରଣ ଏବଂ ଦୃଢୀକରଣ କରିବାକୁ ନିଷ୍ପତ୍ତି ହୋଇଛି । ପାରାଦୀପ, ପଟ୍ଟାମୁଣ୍ଡାଇ, ରାଜନଗର ଓ ମାର୍ଶାଘାଇ ବ୍ଲକର ଲୋକମାନେ ଏହି ରାସ୍ତା ଉପରେ ନିର୍ଭରଶୀଳ ଥିବାରୁ ଟ୍ରାଫିକ ସମସ୍ୟା ହ୍ରାସ କରିବା ସହ କେନ୍ଦ୍ରାପଡ଼ା ଜିଲ୍ଲାର ଆର୍ଥିକ ବିକାଶ କରିବ । ଶିଳ୍ପାୟନ କ୍ଷେତ୍ରରେ ଅଗ୍ରଗତି ପାଇଁ ରାଜ୍ୟରେ ସେମିକଣ୍ଡକ୍ଟର ଓ ଇଲୋକ୍ଟ୍ରୋନିକ ଚିପ୍‌ସ ଉତ୍ପାଗନରେ ନିବେଶକଙ୍କୁ ପ୍ରୋତ୍ସାହିତ କରିବାକୁ ଓଡ଼ିଶା ସେମିକଣ୍ଡକ୍ଟର ମ୍ୟାନୁଫାକଚରିଂ ଏବଂ ଫାବଲେସ ପଲିସି ପ୍ରସ୍ତାବ ପ୍ରବର୍ତ୍ତନ ପାଇଁ ପ୍ରସ୍ତାବ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.