ଆଇଏନ୍‌ଏସ ଚିଲିକାରେ ପ୍ରଥମ ବ୍ୟାଚ୍‌ ଅଗ୍ନିବୀରଙ୍କ ପ୍ରଶିକ୍ଷଣ, ୪ ମାସର ପ୍ରଶିକ୍ଷଣ ପରେ ପାସିଂ ଆଉଟ୍‌ ପରେଡ

ଆଇଏନ୍‌ଏସ ଚିଲିକାରେ ପ୍ରଥମ ବ୍ୟାଚ୍‌ ଅଗ୍ନିବୀରଙ୍କ ପ୍ରଶିକ୍ଷଣ ଶେଷ ହୋଇଛି । ପାସିଂ ଆଉଟ ପରେଡ୍‌ ସମାରୋହରେ ପ୍ରଥମ ବ୍ୟାଚ୍‌ର ୨୫୮୫ ଅଗ୍ନିବୀରଙ୍କ ପ୍ରଶିକ୍ଷଣ । ୪ ମାସର ପ୍ରଶିକ୍ଷଣ ପରେ ଆଜି ପାସିଂ ଆଉଟ୍‌ ପରେଡ କରାଯାଉଛି ।

ଭୁବନେଶ୍ୱର (କେନ୍ୟୁଜ): ଆଇଏନ୍‌ଏସ ଚିଲିକାରେ ପ୍ରଥମ ବ୍ୟାଚ୍‌ ଅଗ୍ନିବୀରଙ୍କ ପ୍ରଶିକ୍ଷଣ ଶେଷ ହୋଇଛି । ପାସିଂ ଆଉଟ ପରେଡ୍‌ ସମାରୋହରେ ପ୍ରଥମ ବ୍ୟାଚ୍‌ର ୨୫୮୫ ଅଗ୍ନିବୀରଙ୍କ ପ୍ରଶିକ୍ଷଣ । ସେଥିରୁ ୨୭୩ ଜଣ ଯୁବତୀ। ୪ ମାସର ପ୍ରଶିକ୍ଷଣ ପରେ ଆଜି ପାସିଂ ଆଉଟ୍‌ ପରେଡ କରାଯାଇଛି । ସନ୍ଧ୍ୟା ୫ଟା ୩୦ରୁ ଆରମ୍ଭ ହୋଇଥିଲା ପାସିଂ ଆଉଟ୍‌ ସମାରୋହ। ପ୍ରଥମ ଥର ଲାଗି ସୂର୍ଯ୍ୟାସ୍ତ ପରେ ପାସିଂଆଉଟ୍‌ ପରେଡ୍‌ ଅନୁଷ୍ଠିତ ହୋଇଥିଲା।

ଆଗାମୀ ୪ ବର୍ଷ ପାଇଁ ନୌସେନାରେ ଯୋଗଦେବେ ୨୫୮୫ ଜଣ ଅଗ୍ନିବୀର । ପାସିଂ ଆଉଟ ପରେଡ୍‌ରେ ଯୋଗଦେଇଛନ୍ତି ନୌସେନା ମୁଖ୍ୟ ଆଡମିରାଲ ଆର. ହରିକୁମାର । ପ୍ରଥମ ଥର ଏହି ପାସିଂ ଆଉଟ ପରେଡ ସନ୍ଧ୍ୟାରେ ଅନୁଷ୍ଠିତ ହେଉଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଐତିହାସିକ ନିଷ୍ପତ୍ତି କ୍ରମେ ’ଅଗ୍ନିପଥ’ ଯୋଜନାକୁ କାର୍ଯ୍ୟକାରୀ କରିବା ଲାଗି ଭାରତୀୟ ନୌସେନାର ପ୍ରଥମ ବ୍ୟାଚକୁ ନଭେମ୍ବର ୨୨ରେ ସାମିଲ କରାଯାଇଥିଲା ।

ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଅଗ୍ନିବୀରଙ୍କ ଜୀବନରେ କଠିନ ପ୍ରଶିକ୍ଷଣର ପରିସମାପ୍ତିକୁ ସୂଚାଉଛି। ଆଜିର କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ତଥା ଭାରତୀୟ ଅଲିମ୍ପିକ୍ସ ଆସୋସିଏସନ ସଭାପତି ପିଟି ଉଷା ଓ ଭାରତୀୟ ମହିଳା କ୍ରିକଟରେ ପୂର୍ବତନ ଅଧିନାୟକ ମିଥାଲି ରାଜ୍‌ ଯୋଗ ଦେଇଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.