Below header

ଚଉଦ ବର୍ଷ ପୁଅର ସାକ୍ଷ୍ୟରେ ଦୋଷୀ ହେଲା ବାପା, ପତ୍ନୀହନ୍ତାକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ କଟକ ଜିଲ୍ଲା ଦୌରାଜଜ୍

ପତ୍ନୀ ହତ୍ୟାକାରୀ ଆସାମୀକୁ ଆଜୀବନ କାରାଦଣ୍ଡାଦେଶ। କଟକ ଜିଲ୍ଲା ଦୌରାଜଜ୍ ଏହି କାରାଦଣ୍ଡାଦେଶ ଶୁଣାଇଲେ । ୨୦୧୬ ଏପ୍ରିଲ ୨୧ ତାରିଖରେ କଟକ ସଦର ଥାନା ଅଞ୍ଚଳରେ ଘଟିଥିଲା ଏହି ଅଘଟଣ ।

କଟକ(କେନ୍ୟୁଜ): ପତ୍ନୀ ହତ୍ୟାକାରୀ ଆସାମୀକୁ ଆଜୀବନ କାରାଦଣ୍ଡାଦେଶ । କଟକ ଜିଲ୍ଲା ଦୌରାଜଜ୍ ଏହି କାରାଦଣ୍ଡାଦେଶ ଶୁଣାଇଲେ । ୨୦୧୬ ଏପ୍ରିଲ ୨୧ ତାରିଖରେ କଟକ ସଦର ଥାନା ଅଞ୍ଚଳରେ ଘଟିଥିଲା ଏହି ଅଘଟଣ ।

ପତ୍ନୀ ସରସ୍ୱତୀ ପୃଷ୍ଟିଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରିଥିଲା ସ୍ୱାମୀ କାଳନ୍ଦୀ ଓରଫ ପ୍ରସନ୍ନ ମଲ୍ଲିକ । ନିଜ ପତ୍ନୀର ହାତକୁ ହାଣି ପୋଖରୀରେ ଫୋଫାଡ଼ି ଦେଇଥିଲା । ଏଭଳି ନୃଶଂସ ସ୍ୱାମୀକୁ ଜୀବନ ସାରା ଜେଲରେ କାଟିବା ପାଇଁ ରାୟ ଦେଇଛନ୍ତି କଟକ ଜିଲା ଦୌରାଜଜ୍ ।

ମିଳିଥିବା ସୂଚନା ଅନୁଯାୟୀ, ପ୍ରେମ ବିବାହ ସତ୍ତ୍ୱେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମତାନ୍ତର ରହୁଥିଲା। ବିବାହ ପରେ ଉଭୟଙ୍କର ଦୁଇ ଶିଶୁ ପୁତ୍ର ମଧ୍ୟ ଥିଲେ । ତେବେ ସେହି ଘରୋଇ ଅଶାନ୍ତି ଶେଷରେ ବଡ଼ କାଣ୍ଡ ଘଟାଇଲା । କୋର୍ଟରେ ୧୪ ବର୍ଷର ବାଳକ ବଖାଣିଲା ମା’ କୁ ହତ୍ୟା କରିଥିବାର ଚିତ୍ର । ତାକୁ ୮ ବର୍ଷ ହୋଇଥିବା ବେଳେ ହୋଇଥିଲା ହତ୍ୟାକାଣ୍ଡ । କିଭଳି ମା’ କୁ ବାପା ହତ୍ୟା କଲା ତାହା ବିଚାରପତିଙ୍କୁ ପ୍ରାଞ୍ଜଳ ଭାବେ ବୁଝାଇଲା ପୁଅ । ପୁଅର ସାକ୍ଷ୍ୟରେ ଦୋଷୀ ହେଲା ବାପା । ୧୬ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ଦଣ୍ଡାଦେଶ ଶୁଣାଇଛନ୍ତି କଟକ ଜିଲ୍ଲା ଦୌରାଜଜ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.