Below header

୧୬ରୁ ୨୮ ଯାଏଁ ସ୍କୁଲ, ବ୍ଲକ ଓ ଜିଲ୍ଲା ସ୍ତରରେ ହେବ ଅହିଂସା ପ୍ରତିଯୋଗିତା, ବିଧାନସଭାରେ ପ୍ରସ୍ତାବ ପାରିତ ପରେ ଗଣଶିକ୍ଷା ବିଭାଗର ନିଷ୍ପତ୍ତି

ଭୁବନେଶ୍ବର(କେନ୍ୟୁଜ୍): ସ୍କୁଲ ଓ ଯୁକ୍ତ ଦୁଇ ସ୍ତରରେ ଅହିଂସାକୁ ନେଇ ହେବ ବିଭିନ୍ନ ପ୍ରତିଯୋଗିତା । ବକ୍ତରୁତା, ପ୍ରବନ୍ଧ, କ୍ୱିଜ୍‌, ଚିତ୍ରାଙ୍କନ ଆଦି ପ୍ରତିଯୋଗିତା କରାଯିବ । ଆସନ୍ତା ୧୬ ତାରିଖରୁ ପ୍ରତିଯୋଗିତା ଆରମ୍ଭ ହେବ । ୨୮ ତାରିଖ ପର‌୍ୟ୍ୟନ୍ତ ସ୍କୁଲ, ବ୍ଲକ ଓ ଜିଲ୍ଲା ସ୍ତରରେ ଏହି ପ୍ରତିଯୋଗିତା କରାଯିବ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ବିଜୟୀ ପ୍ରତିଯୋଗୀଙ୍କୁ ଅକ୍ଟୋବର ୨ତାରିଖ ଗାନ୍ଧି ଜୟନ୍ତୀରେ ପୁରସ୍କାର ପ୍ରଦାନ କରାଯିବ । ଅହିଂସାକୁ ସମ୍ବିଧାନର ମୁଖବନ୍ଧରେ ସାମିଲ କରାଯାଉ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ । ବିଧାନସଭାରେ ମଧ୍ୟ ଏନେଇ ପ୍ରସ୍ତାବ ପାରିତ ହୋଇଥିଲା । ଏହାକୁ ଆଖି ଆଗରେ ରଖି ଗଣଶିକ୍ଷା ବିଭାଗ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.