ତ୍ୱଚାରେ ଚମକ ଆଣିବାକୁ ଚାହୁଁଛନ୍ତି କି? ତେବେ ବ୍ୟବହାର କରନ୍ତୁ କଫି ଫେଶ ପ୍ୟାକ୍
ପ୍ରତ୍ୟେକ ମହିଳା ନିଜ ତ୍ୱଚାକୁ ସୁନ୍ଦର ଏବଂ କୋମଳ ରଖିବା ପାଇଁ ଚାହିଁଥାନ୍ତି। ତ୍ୱଚା ସୁନ୍ଦର କରିବା ପାଇଁ ବଜାରରେ ମିଳୁଥିବା ଭିନ୍ନ ଭିନ୍ନ ପ୍ରକାରର ମହଙ୍ଗା ପ୍ରଡକ୍ଟ ମଧ୍ୟ ବ୍ୟବହାର କରିଥାନ୍ତି। କିନ୍ତୁ ଅନେକ ଥର ଏହି ପ୍ରଡକ୍ଟ ଗୁହିକ ତ୍ୱଚା ପାଇଁ କ୍ଷତିକାରକ ହୋଇଥାଏ। ଏହି ଫେଶପ୍ୟାକ ବ୍ୟବହାର କରିବା ଦ୍ୱାରା ମୁହଁରେ ବ୍ରଣ ଭଳି ଅନେକ ସମସ୍ୟା ଦେଖାଯାଇଥାଏ। ଏହି ସବୁ ସମସ୍ୟାରୁ ଦୂରେଇ ରହିବା ପାଇଁ ଆପଣ କଫି ରେ ପ୍ରସ୍ତୁତ ହୋଇଥିବା ଫେଶପ୍ୟାକ ମଧ୍ୟ ବ୍ୟବହାର କରିପାରିବେ। ଏହି ଫେଶପ୍ୟାକ ଆପଣଙ୍କ ତ୍ୱଚାରୁ ମୃତ ତ୍ୱଚା ବାହାର କରିଦେଇଥାଏ। ତେବେ ଜାଣନ୍ତୁ କଫି ଫେଶପ୍ୟାକ କିଭଳି ତ୍ୱଚା ପାଇଁ ଲାଭକାରୀ ହୋଇଥାଏ।
-କଫିରେ ଆଣ୍ଟି ଅକ୍ସିଡେଣ୍ଟ ରହିଥାଏ, ଯାହା ତ୍ୱଚା ପାଇଁ ଲାଭକାରୀ ହୋଇଥାଏ। ଏହା ତ୍ୱଚାକୁ ପ୍ରଚୁର ମାତ୍ରାରେ ପୋଷଣ ପ୍ରଦାନ କରିବା ସହ ଅନେକ ସମସ୍ୟା ମଧ୍ୟ ଦୂର କରିଥାଏ।
-କଫିରେ ଥିବା ପୋଷକ ତତ୍ତ୍ୱ ଗୁଡିକ ତ୍ୱଚାରୁ ଡେଡ୍ ସେଲ୍ ଗୁଡିକ ବାହାର କରିବାରେ ସାହାଯ୍ୟ କରିଥାଏ। ଏଥିସହ ତ୍ୱଚାକୁ ଶୁଷ୍କ ଏବଂ ସତେଜ କରିଦେଇଥାଏ। ଏହିକାରଣରୁ ସପ୍ତାହରେ ଥରେ କଫିରେ ପ୍ରସ୍ତୁତ ହୋଇଥିବା ଫେଶପ୍ୟାକ ବ୍ୟବହାର କରନ୍ତୁ।
ଏହାସହ ପଢନ୍ତୁ: ସୁନ୍ଦର ଦେଖାଯିବାକୁ ଚାହୁଁଥିଲେ, ସବୁବେଳେ ପାର୍ଲର ଯିବା ଦରକାର ନାହିଁ, ଏହି ଛୋଟ ଛୋଟ କଥାରେ ଲୁଚିରହିଥାଏ ସୁନ୍ଦରତାର…
-କଫି ଫେଶପ୍ୟାକ ମଧ୍ୟ ସନ୍ ଟ୍ୟାନ ଦୂର କରିବାରେ ସାହାଯ୍ୟ କରିଥାଏ। ଏହାବ୍ୟତୀତ ତ୍ୱଚାରେ ଥିବା ନାଲି ଦାଗକୁ ମଧ୍ୟ କମ କରିଥାଏ। କଫି ଫେଶପ୍ୟାକ ସୂଯ୍ୟର୍ଙ୍କ କିରଣରୁ ହେଉଥିବା ଜଳା ପୋଡାରୁ ମଧ୍ୟ ରକ୍ଷା କରିଥାଏ।
-ତ୍ୱଚାର ସୌନ୍ଦଯ୍ୟର୍ ବଢାଇବା ପାଇଁ ସ୍କିନ କେୟାର ପ୍ରଡକ୍ଟ ବ୍ୟବହାର କରିବା ପରିବର୍ତ୍ତେ ଆପଣ କଫି ଫେଶପ୍ୟାକ ବ୍ୟବହାର କରନ୍ତୁ । ଦେଖିବେ ଖୁବ୍ କମ ଦିନରେ ଆପଣଙ୍କ ତ୍ୱଚାରେ ଚମକ ବଢିବା ତ୍ୱଚା ଜନିତ ସମସ୍ତ ସମସ୍ୟା ଦୂର ହୋଇଯିବ।