ଲ୍ୟାଣ୍ଡର ବିକ୍ରମକୁ ହ୍ୟାଲୋ କହିଲା ନାସା

ଲ୍ୟାଣ୍ଡର ବିକ୍ରମକୁ ହ୍ୟାଲୋ କହିଲା ନାସା। ଆମେରିକାର ପ୍ରତିରକ୍ଷା ଗବେଷଣା ସଂସ୍ଥା ନାସା ବିକ୍ରମକୁ ମେସେଜ୍‌ ପଠାଇଛି। କାଲିଫର୍ଣ୍ଣିଆରେ ଥିବା ଡିପ୍‌ ସ୍ପେସ୍‌ ନେଟଓ୍ଵାର୍କ ବା DSN ଜରିଆରେ ରେଡିଓ ଫ୍ରିକ୍ୱେନ୍ସୀ ପଠାଇଛି ନାସା। ଚନ୍ଦ୍ର ରେଡ଼ିଓ ରିଫ୍ଲେକ୍ଟର ଭାବରେ ଏହାକୁ ଗ୍ରହଣ କରି ଏହାର କିଛି ଅଂଶ ପଠାଇଥିଲା। ସେହି ସିଗନାଲ୍‌ ୮ ଲକ୍ଷ କିଲୋମିଟର ଗତି କରିବା ପରେ ପୃଥିବୀ ପୃଷ୍ଠରେ ଠାବ କରାଯାଇ ପାରିବ। ଗତ ଦୁଇ ଦିନ ହେବ DSN ସେଣ୍ଟରରୁ ସିଗନାଲ୍‌ ପଠାଉଛି ନାସା। ସେପଟେ ଭାରତୀୟ ପ୍ରତିରକ୍ଷା ଗବେଷଣା ସଂସ୍ଥା ଇସ୍ରୋ ବି ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ କରିବାକୁ ଉଦ୍ୟମ ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.