କୁଳଭୂଷଣଙ୍କ ପୁନଶ୍ଚ କାଉନ୍ସିଲ୍ ପାଇଁ ମନା କଲା ପାକିସ୍ତାନ
ଇସଲାମାବାଦ: ପାକିସ୍ତାନ ଜେଲ୍ରେ ବନ୍ଦୀ ଜୀବନ ବିତାଉଥିବା କୁଳଭୂଷଣଙ୍କୁ ଆଉ ଥରେ କାଉନ୍ସିଲ୍ କରିବାକୁ ମନା କଲା ପାକିସ୍ତାନ। ଏନେଇ ପାକିସ୍ତାନର ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ମହମ୍ମଦ ଫୈସଲ କହିଛନ୍ତି ଯେ କୁଳଭୂଷଣଙ୍କର ଆଉ କାଉନ୍ସିଲ୍ କରାଯିବ ନାହିଁ। ତେବେ ଏହି ମାମଲାରେ ଭାରତ ତରଫରୁ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ।
ପୂର୍ବରୁ ପାକିସ୍ତାନ ସରକାର ସେପ୍ଟେମ୍ବର ୨ ତାରିଖରେ କୁଳଭୂଷଣ ଯାଦବଙ୍କ କାଉନ୍ସିଲ୍ କରିଥିଲେ। ପାକିସ୍ତାନର ଭାରତୀୟ ଡେପୁଟି ହାଇକମିଶନର ଗୌରବ ଅହଲୁବାଲିଆଙ୍କ ସହ କୁଳଭୂଷଣ ସାକ୍ଷାତ କରିଥିଲେ। ଉଭୟରେ ପ୍ରାୟ ଅଢ଼େଇ ଘଣ୍ଟା ଧରି ଆଲୋଚନା କରିଥିଲେ।
ଏହାସହ ପଢନ୍ତୁ: ପିଲାଙ୍କଠାରୁ ମୋବାଇଲ୍ ଛଡ଼ାଇବା ପାଇଁ ଏହି ଅଭିନବ ଉପାୟ ଅବଲମ୍ବନ କରିବେ ହିମାଚଳ ସରକାର
ରିପୋର୍ଟ ଅନୁସାରେ, ପାକିସ୍ତାନ ଉଭୟଙ୍କ ଆଲୋଚନା ଏକ ଅଜ୍ଞାତ ସ୍ଥାନରେ କରିଥିଲା। ଏ ଅବସରରେ ପାକିସ୍ତାନୀ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ। ପାକିସ୍ତାନ ତରଫରୁ ବିନା ସର୍ତ୍ତରେ କୁଳଭୂଷଣଙ୍କ କାଉନ୍ସିଲ୍ ଆକ୍ସେସ୍ ଦେବାକୁ କୁହାଯାଇଥିଲା। ତେବେ ପରବର୍ତ୍ତୀ ସମସ୍ତ ସାକ୍ଷାତକାରରେ କୁଳଭୂଷଣ ଚିନ୍ତାରେ ଥିବା ଦେଖିବାକୁ ମିଳିଥିଲା।