Flipkart the big billion sale : ଏହି ପ୍ରଡକ୍ଟସ ଉପରେ ମିଳିବ ୯୦% ପର୍ଯ୍ୟନ୍ତ ଡିସକାଉଣ୍ଟ୍‌

ଦେଶର ସବୁଠାରୁ ବଡ ଟେଲିକମ୍‌ କମ୍ପାନୀ ଫ୍ଲିପକାର୍ଟରେ ପୁଣି ଥରେ ଦ ବିଗ୍‌ ବିଲିୟନ ସେଲ ଚାଲିବ। କମ୍ପାନୀର ଏହି ସେଲ ୨୯ ସେପ୍ଟେମ୍ବରରୁ ଆରମ୍ଭ ହୋଇ ୪ ଅକ୍ଟୋବର ପର୍ଯ୍ୟନ୍ତ ରହିବ। ଛଅଦିନ ଧରି ଚାଲିବାକୁ ଥିବା ଏହି ସେଲରେ ଗ୍ରାହକ ମୋବାଇଲ, ଟିଭି, ହୋମ ଆପ୍ଲାଏନ୍ସ ଏବଂ ଅନେକ ଇଲେକଟ୍ରୋନିକ ପ୍ରଡକ୍ଟସ୍‌ ଉପରେ ଭାରୀ ଡିସକାଉଣ୍ଟ ପାଇବା ସହିତ ଅଫର ମଧ୍ୟ ଫାଇଦା ଉଠାଇପାରିବେ।

ୟୁଜର୍ସଙ୍କୁ ଏହି ସେଲରେ ଆକର୍ଷିତ କରବା ପାଇଁ କମ୍ପାନୀ ଆକ୍ସସ ବ୍ୟାଙ୍କ ଏବଂ ଆଇସିଆଇସିଆଇ ବ୍ୟାଙ୍କ ସହିତ ଚୁକ୍ତି କରିଛି। ଯଦି ଗ୍ରାହକ ଏହି ବ୍ୟାଙ୍କର କାର୍ଡ ଦ୍ୱାରା ପେମେଣ୍ଟ କରୁଛନ୍ତି ତେବେ ସେମାନଙ୍କୁ ୧୦% ଇନଷ୍ଟାଣ୍ଟ ଡିସକାଉଣ୍ଟର ଲାଭ ମିଳିବ। ୨୯ ସେପ୍ଟେମ୍ବରରୁ ନେଇ ୪ ଆକ୍ଟୋବର ପର୍ଯ୍ୟନ୍ତ ଟିଭି ଆପ୍ଲାଏନ୍ସ ଏବଂ ସ୍ମାର୍ଟ ଡିଭାଇସକୁ ଭଲ ରିହାତି ସହିତ ପାଇପାରିବେ।

saleସେହିଭଳି ଯଦି ଆପଣ ମୋବାଇଲ, ଟ୍ୟାବଲେଟ୍‌, ଗ୍ୟାଜେଟସ୍‌ ଆସୋସରିଜକୁ କିଣିବାକୁ ଚାହୁଁଛନ୍ତି ତେବେ ଏହି ପ୍ରଡକ୍ଟସକୁ ଭଲ ଡିଲ୍‌ ସହିତ ୩୦ ସେପ୍ଟେମ୍ବର ଠାରୁ ନେଇ ୪ ଆକ୍ଟୋବର ପର୍ଯ୍ୟନ୍ତ କିଣିପାରିବେ। ଏହାଛଡା ସେଲ ସମୟରେ ଫ୍ଲାସ୍‌ ସେଲର ଆୟୋଜନ ପ୍ରତି ଘଣ୍ଟାରେ କରାଯିବ। ଏହାସହିତ ଗ୍ରାହକ ରାତି ୧୨ରୁ ଦ୍ୱିପହର ୨ଟା ପଯ୍ୟର୍ନ୍ତ ଅତିରିକ୍ତ ଡିସକାଉଣ୍ଟର ଲାଭ ଉଠାଇପାରିବେ।

ଏହାସହ ପଢନ୍ତୁ : ଏରୋପ୍ଲେନ ଭଳି କାର ବି ଉଡ଼ିବ ଆକାଶରେ, ଆସନ୍ତା ବର୍ଷ ହୋଇପାରେ ଲଞ୍ଚ

ଏହି ସେଲରେ ଅନେକ କମ୍ବାନୀର ସ୍ମାର୍ଟଫୋନ ଉପରେ ଭାରୀ ଡିସକାଉଣ୍ଟ, ନୋ କଷ୍ଟ ଇଏମଆଇ ଏବଂ ଏକସଚେଞ୍ଜ ଅଫର ଉପଲବ୍ଧ କରାଯିବ। କମ୍ପାନୀ ମିଷ୍ଟେରୀ ବକ୍ସ କମ୍ପିଟିସନର ମଧ୍ୟ ଆୟାଜନ କରିଛି ଯାହାଦ୍ୱାରା ୟୁଜର୍ସଙ୍କୁ ଏବଂ ଅନେକ ଖାସ୍‌ ପ୍ରଡକ୍ଟସ୍‌ ଜିତି ପାରିବେ। ଟିଭି ଉପରେ ଏଠାରେ ୭୫% ପର୍ଯ୍ୟନ୍ତ ରିହାତି ଦେବ। ସେହିଭଳି ସବୁଠାରୁ ଅଧିକ ୯୦% ଡିସକାଉଣ୍ଟ ବିଦ୍ୟୁତ ସରଞ୍ଜାମ ଉପରେ ଦେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.