ଫିଙ୍ଗନ୍ତୁ ନାହିଁ ବଳକା ସିରା, ଚିନି ଜାଗାରେ ଏହାକୁ କରିପାରିବେ ପୁନଃବ୍ୟବହାର

ଗୋଲାପ ଜାମୁ ହେଉ କି ରସଗୋଲା ସିରା, ଏଗୁଡ଼ିକ ବିଳିଯିବା ପରେ ସାଧାରଣତଃ ଆମେ ତାକୁ ଫିଙ୍ଗିଦେଇଥାଉ। କିନ୍ତୁ ଏହାକୁ ଆପଣ ପୁନଃବ୍ୟବହାର କରିପାରିବେ। ଚିନି ଜାଗାରେ ଏହାକୁ ବ୍ୟବହାର କରି ଖାଦ୍ୟର ସ୍ୱାଦ ବଢ଼ାଇପାରିବେ। ତା’ହେଲେ ଆସନ୍ତୁ ଜାଣିବା, କେଉଁ କେଉଁ ଉପାୟରେ ମିଠାର ବଳକା ସିରା ଖାଦ୍ୟରେ ପୁଣିଥରେ ବ୍ୟବହାର କରାଯାଇପାରିବ।

-ଗୋଲାପ ଜାମୁ ସିରାକୁ ଚକୁଳି ପିଠାରେ ବ୍ୟବହାର କରିପାରିବେ। ଚିନି ବଦଳରେ ଏହାକୁ ବ୍ୟବହାର କଲେ ପିଠାର ସ୍ୱାଦ ଆହୁରି ବଢ଼ିଯାଏ। ଆପଣ ସିରା ସହିତ ମହୁ ମିଶାଇ ମଧ୍ୟ ଚକୁଳି ପିଠା ଉପରେ ପକାଇ ପରଷି ପାରିବେ।

-ପୁରନପୋଲି ପାଇଁ ପୁର ପ୍ରସ୍ତୁତ କରିବା ଲାଗି ଆପଣ ହରଡ଼ ଡାଲି ସହ ସିରାକୁ କାମରେ ଲଗାଇ ପାରିବେ।

syrup2

-ଶାହୀ ଭାତରେ ବି ଆପଣ ସିରା ଉପଯୋଗ କରିପାରିବେ। ଏଥିପାଇଁ ଚାଉଳକୁ ସିରାରେ କିଛି ସମୟ ବତୁରାଇ ରଖିବେ ଏବଂ ଏହାପରେ ରାନ୍ଧିବେ।

-ଆପଣ ଚାହିଁଲେ ସିରା ପାଉଡର ମଧ୍ୟ ତିଆରି କରି ରଖିପାରିବେ। ଏଥିପାଇଁ ସିରାକୁ କଡ଼େଇରେ ସେପଯ୍ୟର୍ନ୍ତ ରାନ୍ଧନ୍ତୁ, ଯେପଯ୍ୟର୍ନ୍ତ ତାହା ଶୁଖି ଗୁଣ୍ଡ ନ ହୋଇଛି। ଏହାପରେ ଏହାକୁ ଏୟାରଟାଇଟ୍‌ ଡବାରେ ରଖି ବ୍ୟବହାର କରିପାରିବେ।

-ଜଳଖିଆ ପାଇଁ ମିଠା ପରଟା କିମ୍ବା ପୁରିକୁ ଆପଣ ବଳକା ସିରାରେ ବନେଇ ପାରିବେ।

ଏହାସହ ପଢ଼ନ୍ତୁ: ସୁନ୍ଦର ଦେଖାଯିବାକୁ ଚାହୁଁଥିଲେ, ସବୁବେଳେ ପାର୍ଲର ଯିବା ଦରକାର ନାହିଁ, ଏହି ଛୋଟ ଛୋଟ କଥାରେ ଲୁଚିରହିଥାଏ ସୁନ୍ଦରତାର…

syrup3

-ଅଟା କିମ୍ବା ସୁଜି ହାଲଓ୍ଵାରେ ମଧ୍ୟ ସିରା ବ୍ୟବହାର କରିପାରିବେ।

-ମଇଦା ଲଡ଼ୁ ପ୍ରସ୍ତୁତ ବେଳେ ଆପଣ ବଳକା ସିରାକୁ ବାଦାମ, କାଜୁ କିମ୍ବା ପିସ୍ତାବାଦାମ ଗୁଣ୍ଡ ଉପରେ ଢାଳି ପାରିବେ।

-ସେହିପରି ରସଗୋଲା ସିରାକୁ ନଡ଼ିଆ ଲଡ଼ୁ, ମିଠା ଦହିରେ ବ୍ୟବହାର କରିପାରିବେ। ଏହା ବହୁତ ପତଳା ହୋଇଥାଏ। ପ୍ରଥମେ ଏହାକୁ ଗାଢ଼ କରି ତା’ ପରେ ବ୍ୟବହାର କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.