ପୁଣି ତେଜୁଛି ରାମମନ୍ଦିର ନିର୍ମାଣ ପ୍ରସଙ୍ଗ, କେନ୍ଦ୍ରକୁ ଟାର୍ଗେଟ୍‌ କଲେ ପୁରୀ ଶଙ୍କରାଚାର୍ଯ୍ୟ

ପୁରୀ (କେନ୍ଯୁଜ୍) : ପୁଣି ଉଠିଲା ରାମମନ୍ଦିର ନିର୍ମାଣ ପ୍ରସଙ୍ଗ । ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ଯ ତୁରନ୍ତ ଆରମ୍ଭ କରିବାକୁ ଦିଲ୍ଲୀରେ ଦୁଇ ଦିନିଆ ଅଖିଳ ଭାରତୀୟ ସାଧୁ ସନ୍ଥ ସମ୍ମିଳନୀରେ ଦାବି ଉଠିଛି । ସେହିପରି ପୁରୀ ଶଙ୍କରାଚାର୍ଯ୍ୟ ମଧ୍ୟ ରାମ ମନ୍ଦିର ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସାଢ଼େ ଚାରି ବର୍ଷ ଧରି କେନ୍ଦ୍ରରେ ବିଜେପି ସରକାର ଥିଲେ ବି ଏଥିପାଇଁ କଣ ପଦକ୍ଷେପ ନେଇଛନ୍ତି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ନିର୍ବାଚନ ସମୟରେ ଶ୍ରୀରାମ ଜୀ ମନେ ପଡନ୍ତି ବୋଲି କହି ସେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି ନିଶ୍ଚଳାନନ୍ଦ ସରସ୍ୱତୀ ।

shankaracharya_1

ପୁଣି ତେଜୁଛି ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ପ୍ରସଙ୍ଗ । ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣରେ ବିଳମ୍ବକୁ ନେଇ ବର୍ଷିଛନ୍ତି ପୁରୀ ଶଙ୍କରାଚାର୍ଯ୍ୟ । ସିଧା କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ଗୋବର୍ଦ୍ଧନ ପୀଠାଧୀଶ ନିଶ୍ଚଳାନନ୍ଦ ସରସ୍ୱତୀ । କେନ୍ଦ୍ରରେ ବିଜେପି ସରକାର ସାଢ଼େ ଚାରି ବର୍ଷ ହେବ ରହିଥିଲେ ମଧ୍ୟ ଏଥିପାଇଁ କଣ ପଦକ୍ଷେପ ନେଇଛନ୍ତି । ନିର୍ବାଚନ ସମୟରେ ଶ୍ରୀରାମ ଜୀ ମନେ ପଡ଼ନ୍ତି । ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ନେଇ କେନ୍ଦ୍ର ସରକାର ପଦକ୍ଷେପ ନିଅନ୍ତୁ ବୋଲି କହିଛନ୍ତି ନିଶ୍ଚଳାନନ୍ଦ ସରସ୍ୱତୀ ।

ସେହିପରି ଏନେଇ କଂଗ୍ରେସକୁ ମଧ୍ୟ ସେ ସମାଲୋଚନା କରିଛନ୍ତି । କହିଛନ୍ତି, କଂଗ୍ରେସ କେନ୍ଦ୍ରରେ ଦୀର୍ଘ ସମୟ ଧରି ସରକାରରେ ରହି ରାମ ଜନ୍ମଭୂମିର ନାଁ ନେଇଥିଲା । ହେଲେ ରାମ ମନ୍ଦିର ପ୍ରତିଷ୍ଠା ପାଇଁ କିଛି ପଦକ୍ଷେପ ନେଇନି ଦଳ । ରାମ ମନ୍ଦିର ସମସ୍ୟାର ନ୍ୟାୟପାଳିକା ଓ ସଂସଦ ଦ୍ୱାର ସମାଧାନ ହୋଇପାରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିପାଇଁ ପଦକ୍ଷେପ ନେବା ଦରକାର ବୋଲି  ଭୁବନେଶ୍ୱରରେ ପ୍ରଶ୍ନ ମଂଚ କାଯ୍ୟର୍କ୍ରମରେ କହିଛନ୍ତି ପୁରୀ ଶଙ୍କରାଚାର୍ଯ୍ୟ ।

ayodhya

ସେପଟେ ଦିଲ୍ଲୀରେ ଅଖିଳ ଭାରତ ସାଧୁସନ୍ଥ ସମ୍ମିଳନୀରେ ମଧ୍ୟ ଉଠିଛି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗ । ଏହି ସମ୍ମିଳନୀରେ ଦେଶର ବିଭିନ୍ନ ସ୍ଥାନରୁ ଏକ ହଜାରର ଅଧିକ ସାଧୁସନ୍ନ୍ୟାସୀ ଯୋଗ ଦେଇଛନ୍ତି । ଅଯୋଧ୍ୟା ମାମଲା ଅଦାଲତଙ୍କ ବିଚାରାଧୀନ ଥିବାରୁ କେନ୍ଦ୍ର ସରକାର ତୁରନ୍ତ ଅଧ୍ୟାଦେଶ ଆଣି ରାମମନ୍ଦିର ନିର୍ମାଣ କାଯ୍ୟର୍ ଆରମ୍ଭ କରନ୍ତୁ । ଯଦି କେନ୍ଦ୍ର ସରକାର ପଦକ୍ଷେପ ନନିଅନ୍ତି ତେବେ ଏଥିପାଇଁ ଦେଶରେ ଆନ୍ଦୋଳନ କରାଯିବ ବୋଲି ଅଖିଳ ଭାରତୀୟ ସାଧୁସନ୍ଥ ସମ୍ମିଳନୀରେ ଚେତାବନୀ ଦିଆଯାଇଛି । ସେହିପରି କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ ରାମ ମନ୍ଦିର ପ୍ରତିଷ୍ଠା ସପକ୍ଷରେ ମତ ରଖିଛନ୍ତି ।

ପ୍ରାୟ ୩ ଦଶନ୍ଧି ଧରି ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ନେଇ ଆନ୍ଦୋଳନ କରାଯାଉଛି । ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ ଏହି ପ୍ରସଙ୍ଗ ପୁଣି ଜୋର ଧରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.