Below header

ଉଦ୍ଧାର ପାଇଲେ ବଦ୍ରିନାଥରେ ଫସିଥିବା ୪୨ ଓଡ଼ିଆ ତୀର୍ଥଯାତ୍ରୀ

ଭୁବନେଶ୍ବର (କେନ୍ଯୁଜ୍) : ଉତ୍ତରାଖଣ୍ଡର ବଦ୍ରିନାଥରୁ ଫେରୁଛନ୍ତି ଫସଥିବା ଓଡ଼ିଆ ତୀର୍ଥଯାତ୍ରୀ । ୨ଟି ବସ୍‌ରେ ବଦ୍ରିନାଥରୁ ଷ୍ଟେସନ ଅଭିମୁଖେ ଆସୁଛନ୍ତି । ଏନେଇ ଫସିଥିବା ତୀର୍ଥଯାତ୍ରୀ ବିଜୟ ପୃଷ୍ଟି ସୂଚନା ଦେଇଛନ୍ତି । ବଦ୍ରିନାଥରେ ଦର୍ଶନ ସାରି ଫେରୁଥିବା ବେଳେ ପ୍ରବଳ ତୁଷାରପାତ ହୋଇଥିଲା । ଏଥିଯୋଗୁଁ ସେମାନେ ଏକ ଧର୍ମଶାଳାରେ ଆଶ୍ରୟ ନେଇଥିଲେ । ଗତ ୨୬ ତାରିଖରେ ସେମାନେ ସମସ୍ତେ ଦର୍ଶନ ପାଇଁ ବାହାରିଥିଲେ । ସମସ୍ତ ତୀର୍ଥଯାତ୍ରୀ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳର ବୋଲି ଜଣାପଡ଼ିଛି । ଫସି ରହିଥିବା ୪୨ ଜଣ ଓଡ଼ିଆ ତୀର୍ଥଯାତ୍ରୀଙ୍କ ଉଦ୍ଧାର ପାଇଁ ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲେ ଯୁଗ୍ମ ଏସ୍‌ଆର୍‌ସି ପ୍ରଭାତ ମହାପାତ୍ର । ତୀର୍ଥଯାତ୍ରୀଙ୍କୁ ‘ଅତ୍ୟାବଶ୍ୟକ ସୁବିଧା ଯୋଗାଇଦେବାକୁ ଚାମୋଲି ଜିଲ୍ଲାପାଳଙ୍କୁ ଅନୁରୋଧ କରାଯାଇଥିଲା ।

uttarakhand

ସେପଟେ ବଦ୍ରିନାଥରେ ଫସି ରହିଛନ୍ତି ବାଲେଶ୍ୱରର ଆଉ ୩୩ ଜଣ ଓଡ଼ିଆ ତୀର୍ଥଯାତ୍ରୀ । ଗତକାଲି ଏମାନେ ଦର୍ଶନ କରିବାକୁ ଯାଉଥିବା ବେଳେ ପ୍ରବଳ ତୁଷାରପାତ ହୋଇଥିଲା । ଫଳରେ ସମସ୍ତେ ଏକ ଆର୍ମି କ୍ୟାମ୍ପରେ ଆଶ୍ରୟ ନେଇଥିଲେ । ଆଜି ସକାଳୁ ଠାରୁ ଏମାନଙ୍କ ସହ କୌଣସି ଯୋଗାଯୋଗ ହୋଇପାରୁନାହିଁ । ଦଶହରା ପରଦିନ ଏମାନେ ଦର୍ଶନ ପାଇଁ ବାହାରିଥିଲେ । ସମସ୍ତ ତୀର୍ଥଯାତ୍ରୀ ବାଲେଶ୍ୱର ଭୋଗରାଇ ବ୍‌୍ଲକ କମର୍ଦ୍ଦା ଅଞ୍ଚଳର ବୋଲି ଜଣାପଡ଼ିଛି । ଏ ନେଇ ଫସି ରହିଥିବା ତୀର୍ଥଯାତ୍ରୀଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.