ଏମ୍‌ସିଏଲ୍‌ ସମସ୍ୟା ଓ ଥଇଥାନ ନେଇ ପୀୟୁଷ ଗୋୟଲଙ୍କୁ ଚିଠି ଲେଖିଛନ୍ତି ନବୀନ

ଭୁବନେଶ୍ବର(କେନ୍ଯୁଜ୍): କେନ୍ଦ୍ର କୋଇଲା ମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି । ଏମ୍‌ସିଏଲ୍‌ କୋଇଲା ଖଣିରେ ଜମିହରାଙ୍କ ସମସ୍ୟା ଓ ଥଇଥାନ ନେଇ ଚିଠି ଲେଖିଛନ୍ତି ନବୀନ । ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଏମ୍‌ସିଏଲ୍‌ର ଅନୁଗୁଳ ଓ ଝାରସୁଗୁଡ଼ା ଜିଲ୍ଲାରେ ପ୍ରକଳ୍ପ ପାଇଁ ୨୩ ହଜାର ୩ଶହ ହେକ୍ଟର ଜମି ଅଧିଗ୍ରହଣ କରାଯାଇଥିଲା । ଏପର୍ଯ୍ୟନ୍ତ କେବଳ ୧୦ ହଜାର ୭ଶହ ହେକ୍ଟର ଜମି ବ୍ୟବହାର ହେଉଛି । ଆଗାମୀ ୫ ବର୍ଷରେ ଆଉ ୩ ହଜାର ୪ଶହ ହେକ୍ଟର ଜମି ବ୍ୟବହାର କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହାପରେ ବଳକା ଥିବା ୯ ହଜାର ୨୫୦ ହେକ୍ଟର ଜମିରୁୁ ୩ ହଜାର ୬ଶହ ହେକ୍ଟର ଜମିର ବ୍ୟବହାର ପାଇଁ ଆଗାମୀ ୧୦ ବର୍ଷ ପର୍ଯ୍ୟନ୍ତ କୌଣସି ଯୋଜନା ନାହିଁ ।

ଖଣି ପ୍ରକଳ୍ପ ପାଇଁ ଜମି ବ୍ୟବହାର ହେଲେ ହିଁ ଏମ୍‌ସିଏଲ୍‌ ଜମିହରା ଲୋକଙ୍କ ପାଇଁ ଥଇଥାନ ଓ ପୁନର୍ବାସ ଯୋଜନା ବ୍ୟବସ୍ଥା କରୁଛି । କିନ୍ତୁ ଏମସିଏଲ୍‌ରେ ସବୁ ଜମି ଭେଷ୍ଟ ହେବା ପରେ ମଧ୍ୟ ଜମିହରା ଲୋକ ଥଇଥାନ ଓ ପୁନର୍ବାସ ଯୋଜନାର ସୁବିଧା ପାଇବା ପାଇଁ ବର୍ଷ ବର୍ଷ ଅପେକ୍ଷା କରୁଛନ୍ତି । ଜମିହରା କିଛି ସୁବିଧା ପାଇପାରୁନାହାଁନ୍ତି କି ସେହି ଜମିରେ କିଛି ନିର୍ମାଣ କରିପାରୁନାହଁନ୍ତି । ସେମାନଙ୍କର ସମସ୍ୟା ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର କୋଇଲା ମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ କିଛି ପ୍ରସ୍ତାବ ଦେଇଛନ୍ତି । ଆଗାମୀ ୫ ବର୍ଷ ମଧ୍ୟରେ ଯେଉଁ ଜମି କୋଇଲା ଖଣି ପାଇଁ ଆବଶ୍ୟକ ନଥିବ, ତାହାକୁ ଡି-ନୋଟିଫାଏ ବା ଅଣୁସୂଚିଭୁକ୍ତ କରିବାକୁ ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ଜମିହରାଙ୍କୁ ଥଇଥାନ ଓ ପୁର୍ନବାସ କରିବା ସହ କୋଇଲା କମ୍ପାନୀ ଖଣି ଅଞ୍ଚଳ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇ ଦେବାକୁ ସେ ପ୍ରସ୍ତାବ ଦେଇଛନ୍ତି । ସେହପରି ବିସ୍ଥାାପନ ପୂର୍ବରୁ ନିର୍ମାଣ କାର୍ଯ୍ୟ କରିଥିଲେ ଜମି ମାଲିକଙ୍କୁ ଏବାବଦରେ କ୍ଷତିପୂରଣ ଦେବାକୁ ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.