Below header

କୁହୁଡ଼ି ଚାଦର ତଳେ ଓଡ଼ିଶା, ଆଜି ପାଇଁ ୨୩ ଜିଲ୍ଲାକୁ ଘନ କୁହୁଡ଼ି ଚେତାବନୀ

ଅଦିନିଆ ବର୍ଷା ଛାଡିବା ପରେ ରାଜ୍ୟକୁ ଫେରିଛି ଶୀତ। ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି । ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ଗୁରୁଚାପ ବଳୟ ପ୍ରଭାବରେ ରାଜ୍ୟରେ କୁହୁଡ଼ିର ପ୍ରଭାବ ରହିବ । ଘନ କୁହୁଡ଼ି ପାଇଁ ଆଜି ୨୩ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ ।

ଭୁବନେଶ୍ୱର (କେନ୍ୟୁଜ) : ଅଦିନିଆ ବର୍ଷା ଛାଡିବା ପରେ ରାଜ୍ୟକୁ ଫେରିଛି ଶୀତ। ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି । ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ଗୁରୁଚାପ ବଳୟ ପ୍ରଭାବରେ ରାଜ୍ୟରେ କୁହୁଡ଼ିର ପ୍ରଭାବ ରହିବ । ଘନ କୁହୁଡ଼ି ପାଇଁ ଆଜି ୨୩ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ । ଆସନ୍ତାକାଲି ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ହେବ। ସେହିପରି ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ବି ଘନ କୁହୁଡ଼ି ପଡ଼ିବ । ଏଥିପାଇଁ ୧୫ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ । କିଛି ସ୍ଥାନରେ ଦୃଶ୍ୟମାନ ଦୂରତା ୫୦ରୁ ୨୦୦ ମିଟର ରହିପାରେ । ଫଳରେ ଗାଡ଼ିମୋଟର ଚଳାଚଳରେ ଅସୁବିଧା ହୋଇପାରେ । ଆସନ୍ତାକାଲିଠାରୁ ପାଗରେ ପରିବର୍ତ୍ତନ ସମ୍ଭାବନା ରହିଛି । ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୨-୩ ଡିଗ୍ରୀ ସେଲସିୟସ୍ ଯାଏ ବଢ଼ିପାରେ । ଅନ୍ୟପଟେ ୧ ତାରିଖରୁ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି । ୧ ଓ ୨ତାରିଖରେ ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.