କୁହୁଡ଼ି ଚାଦର ତଳେ ଲୁଚିଗଲା ଶ୍ରୀମନ୍ଦିର ଓ ଅର୍କକ୍ଷେତ୍ର କୋଣାର୍କ, ନୀଳଚକ୍ର ଦର୍ଶନରୁ ବଞ୍ଚିତ ଭକ୍ତ

କୁହୁଡ଼ି ଚାଦର ତଳେ ଲୁଚିଗଲା ଶ୍ରୀମନ୍ଦିର ଓ ଅର୍କକ୍ଷେତ୍ର କୋଣାର୍କ । ଅଦୃଶ୍ୟ ହୋଇଗଲା ଶ୍ରୀମନ୍ଦିର ନୀଳଚକ୍ର । ଘନ କୁହୁଡି ହେତୁ ଅନେକ ସମୟ ଧରି ଭକ୍ତ ନୀଳଚକ୍ର ଦର୍ଶନରୁ ବଞ୍ଚିତ ରହିଛନ୍ତି । ପତିତିପାବନଙ୍କ ଦର୍ଶନ କରିବାରେ ମଧ୍ୟ ସମସ୍ୟା ସୃଷ୍ଟି ହୋଇଥିଲା।

ଭୁବନେଶ୍ୱର (କେନ୍ୟୁଜ): କୁହୁଡ଼ି ଚାଦର ତଳେ ଲୁଚିଗଲା ଶ୍ରୀମନ୍ଦିର ଓ ଅର୍କକ୍ଷେତ୍ର କୋଣାର୍କ । ଅଦୃଶ୍ୟ ହୋଇଗଲା ଶ୍ରୀମନ୍ଦିର ନୀଳଚକ୍ର । ଘନ କୁହୁଡି ହେତୁ ଅନେକ ସମୟ ଧରି ଭକ୍ତ ନୀଳଚକ୍ର ଦର୍ଶନରୁ ବଞ୍ଚିତ ରହିଛନ୍ତି । ପତିତିପାବନଙ୍କ ଦର୍ଶନ କରିବାରେ ମଧ୍ୟ ସମସ୍ୟା ସୃଷ୍ଟି ହୋଇଥିଲା। ରାଧାବଲ୍ଲବ ମଠ ନିକଟ ନିଷିଦ୍ଧାଞ୍ଚଳ ବାହାରୁ ପତିତପାବନଙ୍କୁ ଦର୍ଶନ କରୁଥିବା ଭକ୍ତ ମାନଙ୍କ ଦର୍ଶନରେ ଟିକେ ସମସ୍ଯା ଉପୁଜିଥିଲା। ବଡ଼ଦାଣ୍ଡରେ ଲାଇଟ ଲଗାଇ ଗାଡ଼ି ଚଳାଚଳ କରୁଥିବା ଦେଖିବାକୁ ମିଳିଛି । ଘନ କୁହୁଡ଼ି ଯୋଗୁଁ ଆଜି ଦୃଶ୍ୟମାନ ହୋଇ ନଥିଲା କୋଣାର୍କ ସୂର୍ଯ୍ୟ ମନ୍ଦିର । ଲୁଚଯାଇଛି ବ୍ଲାକ ପାଗୋଡ଼ା। ଫଳରେ ଦୂରରୁ ପର୍ଯ୍ୟଟକମାନେ ସୂର୍ଯ୍ୟ ମନ୍ଦିରକୁ ଦେଖି ପାରି ନଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.