Below header

ପଞ୍ଚାୟତ ନିର୍ବାଚନ ପାଇଁ ଚାଲିଛି ପ୍ରକ୍ରିୟା: ଆଜି ଜିଲ୍ଲାପରିଷଦ ସଭାପତିଙ୍କ ଚୂଡାନ୍ତ ତାଲିକା ପ୍ରଦାନ କରିବେ ଜିଲ୍ଲାପାଳ

ଭୁବନେଶ୍ବର(କେନ୍ଯୁଜ୍):ପଞ୍ଚାୟତ ନିର୍ବାଚନ ଲାଗି ପଛୁଆ ବର୍ଗଙ୍କ ସଂରକ୍ଷଣ ନେଇ ଅକ୍‌ଟୋବର ୮ ତାରିଖରୁ ଆରମ୍ଭ ହୋଇଥିବା ପ୍ରକ୍ରିୟା ଶେଷ ହୋଇଛି। ୱାର୍ଡସଭ୍ୟ, ସଭ୍ୟା, ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲାପରିଷଦ ସଭ୍ୟଙ୍କ ଚୂଡାନ୍ତ ତାଲିକା ପ୍ରଦାନ ସରିଛି। ଆଜି ଜିଲ୍ଲାପାଳମାନେ ଜିଲ୍ଲାପରିଷଦ ସଭାପତିଙ୍କ ଚୂଡାନ୍ତ ତାଲିକା ପ୍ରଦାନ କରିବେ। ୩୦ରେ ବାଜିବ ସରକାରୀ ମୋହର।

ଏହାପରେ ସରକାରଙ୍କ ପକ୍ଷରୁ ନିର୍ବାଚନ ଆୟୋଗଙ୍କୁ ଅବଗତ କରାଯିବ। ପରେ ନିର୍ଚାଚନ ତାରିଖ ଘୋଷଣା ହେବ। ୨୦୨୨ ଫେବୃୟାରୀ ଦ୍ୱିତୀୟ ସପ୍ତାହରେ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ କରାଯିବ। ଏଥର ଇଭିଏମ୍‌ ମେସିନ୍‌ ବଦଳରେ ବାଲାଟ ପେପରରେ ୩ ଦିନ ଧରି ମତଦାନ ହେବ। ଆସନ୍ତା ୬ ତାରିଖରେ ସର୍ବଦଳୀୟ ବୈଠକ ଡକାଯିବ ବୋଲି ନିର୍ବାଚନ ଆୟୁକ୍ତ ଆଦିତ୍ୟ ପ୍ରସାଦ ପାଢୀ ସୂଚନା ଦେଇଛନ୍ତି। ପ୍ରଥମେ ୱାର୍ଡସଭ୍ୟଙ୍କ ଭୋଟଗଣତି ହେବ। ପରେ ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ପାଇଥିବା ଭୋଟର ଗଣନା କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.