Below header

ଆସନ୍ତାକାଲି ନିର୍ବାଚନ କମିଶନଙ୍କ ସର୍ବଦଳୀୟ ବୈଠକ : ନିର୍ବାଚନ ସଂସ୍କାରର ବିଭିନ୍ନ ଦିଗକୁ ନେଇ ହେବ ଆଲୋଚନା

ମନ କଥାରେ ମୋଦି କହିଲେ, ଗୋଟିଏ ଦେଶ ଗୋଟିଏ ନିର୍ବାଚନ ନେଇ ରାଜନୈତିକ ଚର୍ଚ୍ଚା ଆଗକୁ ବଢୁଛି। ଏଭଳି ସ୍ଥିତିରେ, କାଲି ସର୍ବଦଳୀୟ ବୈଠକ ଡାକିଛନ୍ତି ନିର୍ବାଚନ କମିଶନ। ବୈଠକକୁ ୭ଟି ଜାତୀୟ ରାଜନୈତିକ ଦଳ ଓ ୫୧ଟି ଆଞ୍ଚଳିକ ଦଳଙ୍କୁ ଡକାଯାଇଛି। ନିର୍ବାଚନୀ ସଂସ୍କାର ଉପରେ ରାଜନୈତିକ ଦଳଙ୍କ ମତାମତ ଲୋଡିଛନ୍ତି ଇସି। ପୂର୍ବରୁ କିନ୍ତୁ ଇସି ସ୍ପଷ୍ଟ କରି ସାରିଛନ୍ତି, ଆଇନରେ ସଂଶୋଧନ ନ ହେଲା ଯାଏଁ ଏକାଠି ନିର୍ବାଚନ ଅସମ୍ଭବ।

ସର୍ବଦଳୀୟ ବୈଠକର ପ୍ରମୁଖ ଏଜେଣ୍ଡାରେ ରହିଛି, ଭୋଟର ତାଲିକା ପ୍ରସ୍ତୁତିରେ ପାରଦର୍ଶିତା, ଦଳ ଭିତରେ ମହିଳାଙ୍କ ପ୍ରତିନିଧିତ୍ୱ ବୃଦ୍ଧି ସହ ନିର୍ବାଚନରେ ଅଧିକ ମହିଳାଙ୍କୁ ପ୍ରାର୍ଥୀ କରିବା ଓ ନିର୍ବାଚନ ପ୍ରଚାର ବନ୍ଦ ହେବା ପରେ ପ୍ରିଣ୍ଟ ଓ ସୋସିଆଲ ମିଡିଆର ଭୂମିକା ଉପରେ ଆଲୋଚନା ହେବ। ନିର୍ବାଚନ ବେଳେ ବାହାରେ ରହୁଥିବା ଭୋଟର ଓ ଅନୁପସ୍ଥିତ ଭୋଟରଙ୍କ ବିକଳ୍ପ ଉପରେ ଚର୍ଚ୍ଚା ହେବ। ଏହାସହ ମତଦାନରେ ଭାଗ ନେବା ପାଇଁ ବିଶେଷକରି ଭିନ୍ନକ୍ଷମ ଭୋଟରଙ୍କୁ ଉତ୍ସାହିତ କରିବା ପ୍ରସଙ୍ଗ ମଧ୍ୟ ବୈଠକରେ ସ୍ଥାନ ପାଇବ । ରାଜ୍ୟର ପ୍ରମୁଖ ତିନିଟି ରାଜନୈତିକ ଦଳ ଏହି ସର୍ବଦଳୀୟ ବୈଠକକୁ ସ୍ୱାଗତ କରିଛନ୍ତି।

ସର୍ବଦଳୀୟ ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ। ଏକାଠି ନିର୍ବାଚନ ପ୍ରସଙ୍ଗ କଣ ଚର୍ଚ୍ଚା ହେବ ତା ଉପରେ ସମସ୍ତଙ୍କ ନଜର ରହିଛି। ଏହି ବ୍ୟବସ୍ଥାକୁ ନେଇ ସବୁ ଦଳ ଭିତରେ ବର୍ତ୍ତମାନ ସୁଦ୍ଧା ସହମତି ହୋଇ ପାରି ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.