ଏସୀୟ କ୍ରୀଡାରେ ଭାରତକୁ ଆଉ ଏକ ପଦକ : ୪୦୦ ମିଟର ଦୌଡ଼ରେ ରୌପ୍ୟ ଜିତିଲେ ହିମା ଦାସ

ଜାକର୍ତ୍ତା  : ଏସୀୟ କ୍ରୀଡାରେ ଭାରତକୁ ଆଉ ଏକ ପଦକ । ୪୦୦ ମିଟର ଦୌଡରେ ରୌପ୍ଯ ଆଣିଲେ ହିମା ଦାସ । ହିମା ଫାଇନାଲରେ ୫୦.୭୯ ସେକେଣ୍ଡରେ ଲକ୍ଷ୍ୟ ପୂରା କରି ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ବାହାରିନ ପ୍ରତିଯୋଗୀ ନାସିର ୫୦.୯ ସେକେଣ୍ଡରେ ଲକ୍ଷ୍ୟ ପୂରା କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେହିଭଳି ଖାଜକସ୍ତାନର ଏଲିନା ମିଖିନାଙ୍କୁ କାଂସ୍ୟ ପଦକ ମିଳିଛି।

ସେପଟେ ଏସୀୟ କ୍ରୀଡାରେ ଦୂତୀ ଚାନ୍ଦଙ୍କ କମାଲ୍ । ପଦକଠାରୁ ଆଉ ପାଦେ ଦୂରରେ ଓଡ଼ିଆ ଦୌଡ଼ରାଣୀ ଦୂତୀ ଚାନ୍ଦ । ଜାକର୍ତ୍ତା ଏସୀୟ କ୍ରୀଡ଼ାର ୧୦୦ ମିଟର ଫାଇନାଲ୍‌ରେ ସ୍ଥାନ ପକ୍କା କରିଛନ୍ତି କିଟ୍‌ ଛାତ୍ରୀ ଦୂତୀ । ଆଜି ସେମିଫାଇନାଲ୍‌ରେ ୧୧ . ୪୩ ସେକେଣ୍ଡରେ ଶହେ ମିଟର ଦୂରତା ଅତିକ୍ରମ କରିଥିଲେ । ଗତକାଲି ୧୦୦ ମିଟର ମହିଳା ବର୍ଗର ଯୋଗ୍ୟତା ପର୍ୟ୍ୟାୟରେ ସଫଳତା ହାସଲ କରିଥିଲେ ଦୂତୀ । ୧୧ ଦଶମିକ ୩୮ ସେକେଣ୍ଡରେ ସେ ୧୦୦ ମିଟର ଅତିକ୍ରମ କରିଥିଲେ ।

ନିଜ ହିଟ୍ସରେ ଶ୍ରେଷ୍ଠ ପ୍ରଦର୍ଶନ କରି ପରବର୍ତ୍ତୀ ପର୍ୟ୍ୟାୟ ପାଇଁ ଯୋଗ୍ୟତା ହାସଲ କରିଛନ୍ତି ଦୂତୀ । ବିବାଦୀୟ ପରିସ୍ଥିତି ଯୋଗୁ ଗତ ଏସୀୟ କ୍ରୀଡ଼ାରେ ଦୂତୀ ଭାଗ ନେଇ ପାରିନଥିଲେ । ତେଣୁ ଚଳିତ ଥର ଦୂତୀଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.