Below header

ମୁଁ ହିରୋ : ଆସନ୍ତକାଲିଠୁ ଆରମ୍ଭ ହେବ ବିଜୁ ଯୁବ ବାହିନୀର ନିଆରା କାର୍ୟ୍ୟକ୍ରମ

ଭୁବନେଶ୍ବର : ମୁଁ ହିରୋ । ବିଜୁ ଯୁବ ବାହିନୀ ପରେ ଏକ ଉପ ଯୋଜନା । କଟକରୁ କାଲିଠାରୁ କାର୍ୟ୍ୟକ୍ରମର ଶୁଭାରମ୍ଭ। ଜିଲ୍ଲା ସ୍ତରରୁ ପଞ୍ଚାୟତ ପର୍ୟ୍ୟନ୍ତ ଏକ ସ୍ୱତନ୍ତ୍ର ଗାଡ଼ି ସାରା ରାଜ୍ୟ ବୁଲି କ୍ୟାମ୍ପେନ କରିବ । ସ୍ଥାନୀୟ ଅଞ୍ଚଳର ହିରୋ ଖୋଜାଯିବ। ଦକ୍ଷତା ଥିବା ଯୁବକ ଯୁବତୀଙ୍କୁ ଚୟନ କରାଯିବ । ବିଶେଷ କରି ଶିକ୍ଷା, କ୍ରୀଡା, କଳା, ସଂସ୍କୃତି, ସ୍ୱାସ୍ଥ୍ୟ, ସ୍ୱଚ୍ଛତା, ପରିବେଶ, ମହିଳା ସଶକ୍ତି କରଣ, ସମାଜସେବା, ପ୍ରାକୃତିକ ବିପର୍ୟ୍ୟୟ କ୍ଷେତ୍ରରେ କୀର୍ତ୍ତି ଅର୍ଜନ କରିଥିବା ଯୁବ ପ୍ରତିଭାଙ୍କୁ ଚିହ୍ନଟ କରାଯାଇ ସମ୍ମାନିତ କରାଯିବ । ଜିଲ୍ଲାସ୍ତରରେ ବିଜୁ ଯୁବ ବାହିନୀ, ମୁଁ ହିରୋ ପାଇଁ ୧୦ ଜଣଙ୍କୁ ଚୟନ କରିବ। ଏହି ୧୦ଜଣଙ୍କୁ ଜିଲ୍ଲା ସ୍ତରୀୟ ଯୁବ କନ୍‌କ୍ଲେଭରେ ସମ୍ମାନିତ କରାଯିବ । ଟପ ୫ଜଣଙ୍କ ତାଲିକା ରାଜ୍ୟ ସ୍ତରକୁ ପଠାଯିବ । ଏମିତି ୧୫୦ ଜଣଙ୍କୁ ରାଜ୍ୟସ୍ତରୀୟ ଯୁବ କନ୍‌କ୍ଲେଭରେ ସମ୍ମାନିତ କରାଯିବ ।

ସେପଟେ ବିରୋଧୀ କହିଛନ୍ତି ଏଭଳି କାର୍ୟ୍ୟକ୍ରମ କେବଳ ଯୁବକଙ୍କୁ ଲାଞ୍ଛିିତ କରିବା ପାଇଁ ଉଦ୍ଦିଷ୍ଟ । ଏହା ଫ୍ଲପ ସୋ ହେବ । ପଥପ୍ରାନ୍ତ ନାଟକ, ଫୋକ ଡ୍ୟାନ୍ସ, ମ୍ୟୁଜିକ, ପୋଷ୍ଟର ଜରିଆରେ କ୍ୟାମ୍ପେନ କରିବ ଯୁବ ବ୍ୟାପାର ବିଭାଗ । ୨୦୧୯ ନିର୍ବାଚନରେ ଯୁବକଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ଏହା ଏକ ନିର୍ବାଚନୀ ଚାଲ ବୋଲି ଚର୍ଚ୍ଚା ଜୋର ଧରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.