କିନ୍ନରଙ୍କୁ ଭଉଣୀ କରି ରାକ୍ଷୀ ବାନ୍ଧିଲେ ଗୌତମ ଗମ୍ଭୀର : ଦେଶବାସୀଙ୍କୁ ଦେଲେ ମାନବିକତାର ବାର୍ତ୍ତା
ନିଆରା ଢଙ୍ଗରେ ରକ୍ଷା ବନ୍ଧନ ପାଳନ କରିଛନ୍ତି ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର୍ । କିନ୍ନରମାନଙ୍କ ପାଖରୁ ରାକ୍ଷୀ ବାନ୍ଧି ମାନବିକତାର ଏକ ବଡ ଉଦାହରଣ ଦେଇଛନ୍ତି ଏହି ଭାରତୀୟ କ୍ରିକେଟର । ଏହା ସହିତ ସମସ୍ତ ଦେଶବାସୀଙ୍କୁ ଭାଇ-ଭଉଣୀଙ୍କର ଏହି ପବିତ୍ର ପର୍ବରେ ଏକ ଭଲ ସନ୍ଦେଶ ଦେଇଛନ୍ତି ।
ଦୁଇ କିନ୍ନର ଅବିନା ଅହର ଓ ସିମରନ ଶେଖଙ୍କୁ ନିଜର ନୂଆ ଭଉଣୀ କରିବା ପରେ ସେମାନେ ଗମ୍ଭୀରଙ୍କୁ ରାକ୍ଷୀ ବାନ୍ଧିଥିଲେ । ଯାହାର ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଗମ୍ଭୀର । ଯେଉଁଥିରେ ଅବିନା ଏବଂ ସିମରନ୍ ମଧ୍ୟ ରହିଛନ୍ତି । ଗମ୍ଭୀର ଫୋଟ ସେୟାର କରିବା ସହିତ ମନକୁ ଛୁଇଁଲା ଭଳି ଗୋଟେ କ୍ୟାପସନ ମଧ୍ୟ ଲେଖିଛନ୍ତି ।
ଗମ୍ଭୀର ଲେଖିଛନ୍ତି, ’’ ଏହା ପୁରୁଷ କିମ୍ବା ମହିଳାଙ୍କ ସହିତ କଥା ନୁହେଁ , ଏଠାରେ ମାନବକତାର କଥା । କିନ୍ନର ଅବିନା ଏବଂ ସିମରନଙ୍କର ସ୍ନେହ ଭରା ରାକ୍ଷୀ ମୋ ହାତରେ ଅଛି, ଯାହା ପାଇଁ ମୁଁ ଗର୍ବିତ । ମୁଁ ତ’ ଏହାକୁ ସ୍ବୀକାର କରିନେଲି ଆଉ ଆପଣ ?? ’’
“It’s not about being a man or a woman. It’s about being a HUMAN.” With proud transgenders Abhina Aher and Simran Shaikh and their Rakhi love on my hand. I’ve accepted them as they are. Will you? #respecttransgenders pic.twitter.com/6gBOqXu6nj
— Gautam Gambhir (@GautamGambhir) August 25, 2018