ଏସୀୟ କ୍ରୀଡାରେ ଚମକିଲେ ଦୌଡରାଣୀ : ୧୦୦ ମିଟର ଫାଇନାଲରେ ପହଂଚିଲେ ଦୂତୀ ଚାନ୍ଦ

ଏସୀୟ କ୍ରୀଡାରେ ଦୂତୀ ଚାନ୍ଦଙ୍କ କମାଲ୍ । ପଦକଠାରୁ ଆଉ ପାଦେ ଦୂରରେ ଓଡ଼ିଆ ଦୌଡ଼ରାଣୀ ଦୂତୀ ଚାନ୍ଦ । ଜାକର୍ତ୍ତା ଏସୀୟ କ୍ରୀଡ଼ାର ୧୦୦ ମିଟର ଫାଇନାଲ୍‌ରେ ସ୍ଥାନ ପକ୍କା କରିଛନ୍ତି କିଟ୍‌ ଛାତ୍ରୀ ଦୂତୀ । ଆଜି ସେମିଫାଇନାଲ୍‌ରେ ୧୧ . ୪୩ ସେକେଣ୍ଡରେ ଶହେ ମିଟର ଦୂରତା ଅତିକ୍ରମ କରିଥିଲେ । ଗତକାଲି ୧୦୦ ମିଟର ମହିଳା ବର୍ଗର ଯୋଗ୍ୟତା ପର୍ୟ୍ୟାୟରେ ସଫଳତା ହାସଲ କରିଥିଲେ ଦୂତୀ । ୧୧ ଦଶମିକ ୩୮ ସେକେଣ୍ଡରେ ସେ ୧୦୦ ମିଟର ଅତିକ୍ରମ କରିଥିଲେ ।

ନିଜ ହିଟ୍ସରେ ଶ୍ରେଷ୍ଠ ପ୍ରଦର୍ଶନ କରି ପରବର୍ତ୍ତୀ ପର୍ୟ୍ୟାୟ ପାଇଁ ଯୋଗ୍ୟତା ହାସଲ କରିଛନ୍ତି ଦୂତୀ । ବିବାଦୀୟ ପରିସ୍ଥିତି ଯୋଗୁ ଗତ ଏସୀୟ କ୍ରୀଡ଼ାରେ ଦୂତୀ ଭାଗ ନେଇ ପାରିନଥିଲେ । ତେଣୁ ଚଳିତ ଥର ଦୂତୀଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.