ଅପହଞ୍ଚରେ ପଡ଼ିବ ସଚିବଙ୍କ ପାଦ, ଦୁର୍ଗମ ଓ ଗ୍ରାମାଞ୍ଚଳରେ ରାତ୍ରିଯାପନ କରିବେ ବଡ଼ ବାବୁ

ପ୍ରତି ମାସର ତୃତୀୟ ସପ୍ତାହରେ ସଚିବ ଓ ବରିଷ୍ଠ ଅଧିକାରୀଙ୍କୁ ଲୋକସେବା ଭବନରେ ରାଜ୍ୟସ୍ତରୀୟ ବୈଠକ ମନା । ତେବେ ଜରୁରୀ ସ୍ଥିତି କିମ୍ବା ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶ ଥିଲେ ମୁଖ୍ୟାଳୟରେ ରହିବେ ।

କେନ୍ୟୁଜ୍(ବ୍ୟୁରୋ):  ସବୁ ସଚିବ ଓ ବରିଷ୍ଠ ଅଧିକାରୀମାନେ ବ୍ୟାପକ ଫିଲ୍‌ଡ ଭିଜିଟ୍‌ କରିବେ । ଦୁର୍ଗମ ଓ ଗ୍ରାମାଞ୍ଚଳରେ ରାତ୍ରିଯାପନ କରିବେ । ଏନେଇ ସବୁ ସଚିବ, ସ୍ୱତନ୍ତ୍ର ସଚିବ ଓ ଅତିରିକ୍ତ ମୁଖ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି ଉନ୍ନୟନ କମିଶନର । ପ୍ରତି ମାସର ତୃତୀୟ ସପ୍ତାହରେ ସଚିବ ଓ ବରିଷ୍ଠ ଅଧିକାରୀଙ୍କୁ ଲୋକସେବା ଭବନରେ ରାଜ୍ୟସ୍ତରୀୟ ବୈଠକ ମନା । ତେବେ ଜରୁରୀ ସ୍ଥିତି କିମ୍ବା ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶ ଥିଲେ ମୁଖ୍ୟାଳୟରେ ରହିବେ ।

ଦାୟିତ୍ୱରେ ଥିବା ଜିଲ୍ଲା ଓ ଅଞ୍ଚଳ ପରିଦର୍ଶନରେ ଯିବେ ସଚିବ । ଆବଶ୍ୟକସ୍ଥଳରେ ନିକଟସ୍ଥ ଅଞ୍ଚଳ ମଧ୍ୟ ଗସ୍ତ କରିବେ । ସରକାରୀ ଯୋଜନାର ତଦାରଖ କରିବେ ସଚିବ । ଏଥିସହିତ ସାଧାରଣ ଲୋକଙ୍କ ସହ ଭାବବିନିମୟ କରିବେ । ଯୋଜନାର ତ୍ୱରାନ୍ଵିତ କରିବା ସହ ଲୋକଙ୍କ ସମସ୍ୟା ବୁଝିବେ । ଏନେଇ ଉନ୍ନୟନ କମିଶନର ଅନୁ ଗର୍ଗ ଚିଠି ଲେଖିଛନ୍ତି।

Leave A Reply

Your email address will not be published.