Below header

ଲୋକ ସେବା ଭବନ ସହିତ ଖାରବେଳ ଭବନ, ରାଜୀବ ଭବନ ଓ କୃଷି ଭବନକୁ ଯିବା ଆସିବା ପାଇଁ ସମସ୍ତ ଭିଜିଟର୍ସ ପାସ୍‌ ବାତିଲ୍

ଭୁବନେଶ୍ବର: ଲୋକସେବା ଭବନକୁ ଯିବା ଆସିବା ଉପରେ ଲାଗିଲା କଟକଣା । ଏଣିକି ଲୋକ ସେବା ଭବନ ସହିତ, ଖାରବେଳ ଭବନ, ରାଜୀବ ଭବନ ଓ କୃଷି ଭବନକୁ ଯିବା ଆସିବାରେ ଲାଗୁ ହୋଇଛି କଟକଣା । ଜୁଲାଇ ୩୧ ପର୍ଯ୍ୟନ୍ତ ହୋଇଥିବା ସମସ୍ତ ଭିଜିଟର୍ସ ପାସ୍‌ ବାତିଲ୍ କରାଯାଇଛି ।

ଅତି ଜରୁରୀ କାମ ଥିଲେ ନିର୍ଦ୍ଦିଷ୍ଟ ବିଭାଗର ସଚିବଙ୍କ ଅନୁରୋଧ କ୍ରମେ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ପାସ୍‌ଧାରୀଙ୍କୁ ଯିବା ପାଇଁ ଅନୁମତି ଦେଇପାରିବେ । ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ନଜରରେ ରଖି ଏପରି ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.