ମାଓବାଦୀଙ୍କ ବର୍ବରତା : କନେଷ୍ଟବଳଙ୍କୁ ଧନୁସର ଓ ଟାଙ୍ଗିଆରେ ନିର୍ମମ ଭାବେ କଲେ ହତ୍ଯା

ମାଲକାନଗିରି(କେନ୍ଯୁଜ୍): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ପୁଣି ମାଓବାଦୀଙ୍କ ବର୍ବର କାଣ୍ଡ। ସହକାରୀ କନେଷ୍ଟବଳଙ୍କୁ ଅତି ନିର୍ମମ ଭାବରେ ହତ୍ଯା କଲେ ମାଓବାଦୀ। ରିପୋର୍ଟ ଅନୁଯାୟୀ ଯୁବକ ଜଣକ ମେଡିକାଲ ଛୁଟିରେ ଘରକୁ ଆସିଥିବା ବେଳେ ଗତକାଲି ରାତି ୧୦ଟାରେ ମାଥାବାଡା ଗାଁରେ ଥିବା ବାସଭବନରେ ସୋମାର ପୋୟାମଙ୍କ ହତ୍ଯା କଲେ ମାଓବାଦୀ। ଧନୁସର ଏବଂ ଟାଙ୍ଗିଆରେ ନିର୍ମମ ଭାବେ ହତ୍ଯା କଲେ ମାଓବାଦୀ। ଏଥିସହ ପରିବାରର ବାପା-ମା‘ଙ୍କୁ ମଧ୍ଯ ନିର୍ଧୁମ ମାଡ ମାରି ଆହତ କରିଛନ୍ତି ମାଓବାଦୀ।

ସୂଚନା ମୁତାବକ ପୂର୍ବରୁ ସୋମାକୁ ପୋଲିସ ଚାକିରି ଛାଡିବାକୁ ଧମକ ଦେଇଥିଲେ ମାଓବାଦୀ। ଏନେଇ ଉକ୍ତ ଘଟଣା ସମ୍ପର୍କରେ ପୋଲିସ ପକ୍ଷରୁ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ବିଜାପୁର SP କମଲୋଚାନ୍ କାଶ୍ଯପ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.