Below header

ନିଜ 4ଜି ଟେଣ୍ଡର ରଦ୍ଦ କଲେ BSNL ଓ MTNL, ଜାଣନ୍ତୁ କଣ ରହିଛି କାରଣ

ସରକାରୀ ଟେଲିକମ କମ୍ପାନୀ ବିଏସଏନଏଲ ଓ ଏମଟିଏନଏଲ ନିଜ ୪ଜି ଟେଣ୍ଡର ବାତିଲ କରିଦେଇଛନ୍ତି ‌ । ୪ଜି ଟେଣ୍ଡର ବାତିଲ କଲା ବିଏସ୍‌ଏନ୍‌ଏଲ୍ । ଚୀନ୍‌ର ଉପକରଣ ବ୍ୟବହାର ନକରିବା ପାଇଁ ଟେଲିକମ୍ ବିଭାଗ ତରଫରୁ ନିର୍ଦ୍ଦେଶ ଜାରି ହେବା ପରେ ଏହି ୪ଜି ଟେଣ୍ଡର ବାତିଲ କରାଯାଇଛି । ଭାରତ ସରକାରଙ୍କ ତରଫରୁ ହିଁ ଏହି ନିର୍ଦ୍ଦେଶନାମା ଜାରି ହୋଇଥିଲା । ବିଏସ୍‌ଏନ୍‌ଏଲ୍ ଏବେ ୩ଜି ସେବା ଯୋଗାଉଥିବା ବେଳେ ୪ଜି ପାଇଁ ନିଜ ବ୍ୟବସ୍ଥାରେ ଉନ୍ନତି ଆଣିବାକୁ ଚାହୁଁଛି । ଏଥିପାଇଁ ଟେଣ୍ଡର ଆହ୍ଵାନ କରାଯାଇଥିଲା । ଏବେ ଖୁବ୍ ଶୀଘ୍ର ନୂଆ ଟେଣ୍ଡର ଆହ୍ଵାନ କରାଯିବ ବୋଲି ଜଣାପଡ଼ିଛି । ସୂଚନା

ଦେବା ଯୋଗ୍ୟକି, ଚୀନକୁ ଝଟକା ଦେବାକୁ ଯାଇ ଟିକ- ଟକ, ହେଲୋ, ୟୁସି ବ୍ରାଉଜର ସମେତ ୫୯ ଟି ମୋବାଇଲ ଆପ ଉପରେ ପ୍ରତିବନ୍ଧକ ଲଗାଯାଇଛି । ସୂଚନା ପ୍ରଦ୍ୟୋଗିକ ଅଧୀନିୟମର ଧାରା ୬୯ କ ଅନୁଯାୟୀ, ମନ୍ତ୍ରାଳୟ ତରଫରୁ ୫୯ ଟି ଆପ୍ସ ବ୍ଲକ କରାଯିବା ନେଇ ନିର୍ଣ୍ଣୟ ନିଆଯାଇଥିଲା । ଭାରତର ଅଖଣ୍ଡତା, ସୁରକ୍ଷା, ସାର୍ଵଜନିକ ବ୍ୟବସ୍ଥା ପ୍ରତି ଆଞ୍ଚ ଆଣୁଥିବାରୁ ହିଁ ଏହି ନିଷ୍ପତ୍ତି ନିଆଯାଇଥିବା ନେଇ ମନ୍ତ୍ରାଳୟ ତରଫରୁ ସ୍ପଷ୍ଟ କରାଯାଇଛି । ଏହି ଆପ ଗୁଡିକର ଦୁରୁପଯୋଗ କରାଯାଇ ଭାରତର ସୁରକ୍ଷା ପ୍ରତି ବିପଦର ଆଶଙ୍କା ଥିବାରୁ ମନ୍ତ୍ରାଳୟ ତରଫରୁ ଏହି ନିଷ୍ପତ୍ତି ନିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.