ରାଜ୍ୟରେ ପୁଣି କରୋନା ନେଲା ଆଉ ୨ ଜୀବନ : ଅନୁଗୁଳ ଜିଲ୍ଲାରେ ହେଲା ପ୍ରଥମ ମୃତ୍ୟୁ

ଭୁବନେଶ୍ବର: ରାଜ୍ୟରେ ପୁଣି କରୋନା ନେଲା ଆଉ ୨ ଜୀବନ। ଏହାକୁ ମିଶାଇ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୭କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

deathମୃତକ ଉଭୟ ପୁରୁଷ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଅନୁଗୁଳ ଜିଲ୍ଲାର ଏବଂ ଅନ୍ୟ ଜଣେ ଗଞ୍ଜାମ ଜିଲ୍ଲାର। ତେବେ ଅନୁଗୁଳ ଜିଲ୍ଲାର ଏହା ପ୍ରଥମ କରୋନା ମୃତ୍ୟୁ ବୋଲି ଜଣାପଡିଛି। ଅନ୍ଯପଟେ ଗଞ୍ଜାମରେ କରୋନା ଯୋଗୁ ଆଖି ବୁଜିଥିବା ବ୍ୟକ୍ତିଙ୍କ ବୟସ ୪୯ ବର୍ଷ ହୋଇଥିବା ବେଳେ ଅନୁଗୁଳରେ ମୃତକଙ୍କ ବୟସ ୫୭ ବର୍ଷ ବୋଲି ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.