Below header

ଯାଜପୁର : ଜିଲ୍ଲାପରିଷଦ ସଭ୍ୟଙ୍କ କରୋନା ସହାୟତା, ଦାନ କଲେ ଗୋଟିଏ ମାସର ଦରମା

ଯାଜପୁର ଟାଉନ (କେନ୍ୟୁଜ): କୋରୋନାର ମୁକାବିଲା ପାଇଁ ରିଲିଫ ପାଣ୍ଠିକୁ ଦାନ କରିବାକୁ ଉଭୟ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଦେଶ ବାସୀଙ୍କୁ ନିବେଦନ କରିଥିଲେ । ଯାଜପୁରରେ ଏଥିପାଇଁ ଜିଲ୍ଲାପାଳଙ୍କ ମାଧ୍ୟମରେ ବିଭିନ୍ନ ସମାଜସେବୀ,ଲୋକପ୍ରତିନିଧି,ସ୍ୱେଚ୍ଛାସେବୀ ମାନେ ରିଲିଫ ଫଣ୍ଡକୁ ଦାନ କରୁଛନ୍ତି । ଆଜି ଯାଜପୁର ଜିଲ୍ଲାର ୩୯ ଜଣ ଜିଲ୍ଲାପରିଷଦ ସଭ୍ୟଙ୍କ ପକ୍ଷରୁ ଗୋଟିଏ ମାସର ଦରମା ବାବାଦକୁ ଏକ ଲକ୍ଷ ୧୪ ହଜାର ୬୫୦ ଟଙ୍କା ପ୍ରଦାନ କରାଯାଇଛି । ଜିଲ୍ଲାପରିଷଦ ଅଧ୍ୟକ୍ଷ ନରେଶ ଚନ୍ଦ୍ର ମହାନ୍ତି ଏବଂ ଜିଲ୍ଲାପରିଷଦ ସଦସ୍ୟ ସରୋଜ ମହାପାତ୍ର ଜିଲ୍ଲା ପାଳଙ୍କୁ ଏହି ଚେକ୍ ପ୍ରଦାନ କରିଥିଲେ ।

ZILLA-1

ସେହିପରି ସୁକିନ୍ଦାର ବିଜେପି ନେତା ପ୍ରଦୀପ ବଳ ସାମନ୍ତ ପ୍ରଧାନମନ୍ତ୍ରୀ କେୟାର ପଂଣ୍ଡକୁ ୫୦ ହଜାର ଏବଂ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ୧ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । କଳିଙ୍ଗନଗର ସାରଂଗପୁର ଅଂଚଳର ବ୍ୟବସାୟୀ ଅରୁଣ କୁମାର ସାହୁ ମୁଖ୍ୟମନ୍ତ୍ରୀଙ୍କ ରିଲିପଂ ପାଣ୍ଠିକୁ ୫୦ ହଜାର ଟଙ୍କା ପ୍ରଦାନ କରିଥିବା ବେଳେ ଧର୍ମଶାଳା ବ୍ଲକର ସମସ୍ତ ସରପଂଚ,ସମିିତିସଭ୍ୟ ମାନେ ନିଜର ଗୋଟିଏ ମାସର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି । ଏଥିପାଇଁ ଯାଜପୁର ଜିଲ୍ଲାପାଳ ବଦାନ୍ୟ ବ୍ୟକ୍ତିଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.