Below header

ରାତି ୮ଟାରୁ ଯାଜପୁର ଜିଲ୍ଲାର ସମସ୍ତ ବ୍ଲକ ମୁଖ୍ୟାଳୟ ସମେତ ପ୍ରମୁଖ ବଜାର ଗୁଡିକ ୪୮ ଘଣ୍ଟା ପାଇଁ ସଟ ଡାଉନ, ପୋଲିସ ପକ୍ଷରୁ କରାଗଲା ଫ୍ଲାଗ ମାର୍ଚ୍ଚ

ଯାଜପୁର ଟାଉନ(କେନ୍ୟୁଜ):  ଆଜି ରାତି ୮ଟାରୁ ଯାଜପୁର ଜିଲ୍ଲାର ସମସ୍ତ ବ୍ଲକ ମୁଖ୍ୟାଳୟ ସମେତ ପ୍ରମୁଖ ବଜାର ଗୁଡିକ ୪୮ ଘଂଟା ପାଇଁ ସଂପୁର୍ଣ୍ଣ ସଟ ଡାଉନ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଧେଶ ଦେଇଛନ୍ତି । ଗତକାଲି ବ୍ରହ୍ମବରଦା ଅଂଚଳରୁ ଜଣେ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲା ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି । ଏଥିପାଇଁ ଆଜି ଅପରାହ୍ନରେ ଯାଜପୁର ସହରରେ ପୋଲିସ ପକ୍ଷରୁ ପ୍ଲାଂଗ ମାର୍ଚ କରାଯାଇଛି ।

jajpur police 1ଯାଜପୁର ଏସ ପି ଚରଣ ସିଂ ମିନା ଙ୍କ ନେତୃତ୍ୱରେ ପୋଲିସ ପୁରା ସହର ପରିକ୍ରମା କରିଥିଲା । ଆଜି ରାତି ଠାରୁ କେହି ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଥିଲା । ଯଦି କୌଣସି ବ୍ୟକ୍ତି ନିୟମ ଉଲଙ୍ଘନ କରନ୍ତି ସେମାନଙ୍କୁ ଜୋର ଜବରଦସ୍ତ ୧୪ ଦିନ କ୍ୱାରେନଟାଇନରେ ରଖାଯିବ ବୋଲି ଯାଜପୁର ଏସପି ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.