Below header

ସେଲ୍ଫ ଆଇସୋଲେସନରେ ରହି ଫ୍ୟାନମାନଙ୍କୁ ଏମିତି ଏଣ୍ଟରଟେନ କଲେ ପାକିସ୍ତାନୀ କ୍ରିକେଟର ଆଝାର ଅଲ୍ଲୀ, ଆପଣ ବି ଦେଖନ୍ତୁ ଭିଡ଼ିଓ

କରୋନା ଭାଇରସ ଯୋଗୁ ଏବେ ଖେଳ ଗତିବିଧିଗୁଡିକ ଉପରେ ରୋକ ଲଗାଇ ଦିଆଯାଇଛି। ତେଣୁ ଖେଳାଳିମାନେ ବର୍ତ୍ତମାନ ନିଜ ନିଜ ଘରେ ସେଲ୍ଫ ଆଇସୋଲେସନରେ ରହିଛନ୍ତି। ଏହାରି ଭିତରେ ପାକିସ୍ତାନୀ କ୍ରିକେଟର ଆଝାର ଅଲ୍ଲୀ ଟ୍ୱିଟରରେ ଏକ ଭିଡ଼ିଓ ପୋଷ୍ଟ କରିଛନ୍ତି ଏବଂ ଫ୍ୟାନମାନଙ୍କୁ ମଜାଦାର ପ୍ରଶ୍ନ ପଚାରିଛନ୍ତି।

ଆଝାରଙ୍କ ଦ୍ୱାରା ପୋଷ୍ଟ କରାଯାଇଥିବା ଏହି ଭିଡ଼ିଓରେ ସେ କେଉଁ ବ୍ୟାଟ୍ସମ୍ୟାନଙ୍କ ନକଲ କରୁଥିବା ନଜର ଆସୁଛନ୍ତି। ପାକିସ୍ତାନର ଟେଷ୍ଟ ଟିମ କ୍ୟାପଟେନ ଫ୍ୟାନମାନଙ୍କୁ ସେହି ବ୍ୟାଟ୍ସମ୍ୟାନଙ୍କ ନାମ କହିବାକୁ କହୁଛନ୍ତି। ଏହାପରେ ଆଝାରଙ୍କ ଏହି ଭିଡ଼ିଓରେ ଅନେକ କମେଣ୍ଟ ଆସିବାରେ ଲାଗୁଛି।

କିଛି ଫ୍ୟାନ ଏହାର ଠିକ ଉତ୍ତର ଦେବାକୁ ଯାଇ ପାକିସ୍ତାନର ପୂର୍ବତନ ମହାନ କ୍ରିକେଟର ଇଂଜମାମ ଉଲ ହକଙ୍କ ନାମ ନେଇଛନ୍ତି। ଫ୍ୟାନମାନଙ୍କ ପାଖରୁ ଠିକ ଉତ୍ତର ଆସୁଥିବା ଦେଖି ଆଝାର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ଏବଂ ତାଳି ବଜାଉଥିବା ଇମୋଜି ପୋଷ୍ଟ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.