ଛୁଆଙ୍କ ମନରୁ କରୋନା ଭୟ ଦୂର କରିବାକୁ ଅଣ୍ଟା ଭିଡ଼ିଲା UNICEF, ଦେଲା ଏସବୁ ଟିପ୍ସ

କେବଳ ବଡ଼ ନୁହେଁ ପିଲାଙ୍କ ପାଇଁ ବି ହଟ୍ ଟପିକ୍ ପାଲଟିଛି କରୋନା। ଏବେ ଛୋଟ ଛୁଆ ବି କରୋନା ଭାଇରସ ବିଷୟରେ ଜାଣିବାକୁ ଆଗ୍ରହ ପ୍ରକାଶ କରୁଥିବା ଦେଖିବାକୁ ମିଳୁଛି। କେବଳ ସେତିକି ନୁହେଁ ବଡ଼ ଲୋକଙ୍କ ଅପେକ୍ଷା ପିଲାମାନେ ଅଧିକ ସଚେତନ ଥିବା ଦେଖାଯାଉଛି। ବଡ଼ମାନେ ନିୟମ ନ ମାନି ବାହାରକୁ ଆସୁଥିବା ବେଳେ ପିଲାମାନେ କିନ୍ତୁ ଘରେ ରହୁଛନ୍ତି। ବାହାରକୁ ପ୍ରକାଶ କରୁନଥିଲେ ମଧ୍ୟ କରୋନାକୁ ନେଇ ସେମାନଙ୍କ ଭିତରେ ଭୟ ରହିଛି।

ତେବେ ପିଲାଙ୍କ ଏହି ସମସ୍ୟାକୁ ହୃଦୟଙ୍ଗମ କରି ୟୁନିସେଫ ଅନଲାଇନରେ ପିଲାଙ୍କୁ କରୋନା ବିଷୟରେ ସୂଚନା ଦେବା ଆରମ୍ଭ କରିଛି। ଏହା ଫଳରେ ପିଲାମାନେ ମିଥ୍ୟା ଗୁଜବ ଠାରୁ ଦୂରେଇ ରହିବେ।

 

View this post on Instagram

 

The #coronavirus outbreak can be an anxious and uncertain time for children. Here are some simple steps to help them cope.

A post shared by UNICEFIndia (@unicefindia) on

ଆସନ୍ତୁ ଜାଣିବା କଣ କହିଛି ୟୁନିସେଫ…

  • ପିଲାମାନେ କରୋନା ଭାଇରସ ସମ୍ପର୍କରେ କଣ ଜାଣିଛନ୍ତି ପ୍ରଥମେ ତାଙ୍କୁ ତାହା ପଚାରନ୍ତୁ। କାରଣ ଆଦୌ ଜାଣିନଥିବା ତୁଳନାରେ ଭୁଲ ତଥ୍ୟ ଜାଣିବା ପିଲା ପାଇଁ ଠିକ ନୁହେଁ।
  • ଯଦି ପିଲା କିଛି ଭୁଲ କଥା ଜାଣିଛି ତେବେ ତାକୁ ଠିକ କଥାଟି ବୁଝାନ୍ତୁ।
  • ପିଲାଙ୍କୁ ସଠିକ ଢଙ୍ଗରେ ହାତ ଧୋଇବା ଶିଖାନ୍ତୁ।
  • ତାକୁ କାହା ସହ ହାତ ମିଳାଇବାକୁ ମନା କରନ୍ତୁ।

unicef

  • ବାହାରୁ ଆସିଲେ ପ୍ରଥମେ ହାତ ପାଦ ଧୋଇବାକୁ କୁହନ୍ତୁ।
  • ହାତକୁ ୨୦ ସେକେଣ୍ଡ ଯାଏଁ ସାବୁନ କିମ୍ବା ହ୍ୟାଣ୍ଡୱାସରେ ଧୋଇବାକୁ କୁହନ୍ତୁ।
  • ମୁହଁକୁ ବାରମ୍ବାର ଛୁଇଁବାକୁ ମନା କରନ୍ତୁ।

kid

  • ଏହା ବ୍ୟତୀତ ତା ଖେଳଣାକୁ ମଧ୍ୟ ଭଲ ଭାବେ ସଫା କରନ୍ତୁ।
  • ଛୁଆଙ୍କୁ ଖବର ସହ ଅପଡେଟ ରଖନ୍ତୁ। ଫଳରେ ସେ ସ୍ଥିତି ସମ୍ପର୍କରେ ଅବଗତ ରହିବ।
  • କୌଣସି ଉଡା କଥା ବା ଗୁଜବକୁ ବିଶ୍ୱାସ କରିବାକୁ ମନାକରନ୍ତୁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.