Below header

କାର୍ଯ୍ୟକ୍ରମକୁ ନଡାକିବାରୁ ପ୍ରଶାନ୍ତ ଜଗଦେବଙ୍କ ଭଙ୍ଗାରୁଜା ଘଟଣା, ଅଭିଯୋଗକୁ ଖଣ୍ଡନ କଲେ ବିଜେଡି ବିଧାୟକ

ବେଗୁନିଆ : ବେଗୁନିଆରେ ଅନୁଷ୍ଠିତ ହୋଇଛି ସେବା ମହୋତ୍ସବ । ସେବା ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଂଚଳର ଗରିବ ଲୋକଙ୍କୁ କମ୍ବଳ, ଚପଲ ବଂଟନ କରାଯାଇଛି । ପୋଲିସ୍ କର୍ମୀଙ୍କ ଉପସ୍ଥିତିରେ ଥାନା ପରିସରରେ ଏହି ମହାନ କାର‌୍ୟ୍ୟ କରିଛନ୍ତି ସେବା ଅନୁଷ୍ଠାନର ସଦସ୍ୟ ।

ତେବେ ସୂଚନା ଅନୁସାରେ, କାର୍ଯ୍ୟକ୍ରମ ପାଇଁ ଗତକାଲି ବେଗୁନିଆ ମିନି ଷ୍ଟାଡିୟମରେ ଟେଂଟ ପୋତା ଯାଉଥିଲା । ହେଲେ ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାଯାଇନଥିବାରୁ ରାତିରେ ନିଜେ ବିଧାୟକ ଓ ତାଙ୍କ ସହକର୍ମୀ ଯାଇ ଟେଂଟ ଓପାଡି ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ଏହା ସହ ସହ ଆୟୋଜନକାରୀଙ୍କୁ ନାଲିଆଖି ଦେଖାଇଥିଲେ ପ୍ରଶାନ୍ତ। ଏନେଇ ଥାନାରେ ମଧ୍ୟ ଏତଲା ଦିଆଯାଇଛି । ତେବେ ଏହି ଘଟଣାକୁ ଖଣ୍ଡନ କରିଛନ୍ତି ପ୍ରଶାନ୍ତ ।

ତେବେ ଏହା ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ମଧ୍ୟ ପ୍ରଶାନ୍ତଙ୍କ ବିରୋଧରେ ଏଭଳି ଦାଦାଗିରିର ଅନେକ ଅଭିଯୋଗ ଆସିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.