ଆଠଗଡ଼ : ଭୋଜି ଖାଇ ୩୦ରୁ ଅଧିକ ଶିଶୁ ଅସୁସ୍ଥ

ଆଠଗଡ଼ : ଭୋଜି ଖାଇ ୩୦ରୁ ଅଧିକ ଶିଶୁ ଅସୁସ୍ଥ। ଆଠଗଡ଼ ବ୍ଲକ କଣ୍ଡରେଇ ଗ୍ରାମ ପଂଚାୟତର ପାର୍ବତୀପୁର ଗାଁରେ ଏହି ଅଘଟଣ ଘଟିଛି । ଅସୁସ୍ଥ ଶିଶୁଙ୍କୁ ଆଠଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଗତକାଲି ରାତିରେ ଗାଁରେ ଏକଦଶାହ ଭୋଜି ଖାଇବା ପରେ, ବଳକା ଭୋଜିକୁ ଆଜି ସକାଳୁ ଶିଶୁମାନେ ଖାଇଥିଲେ। ଅସୁସ୍ଥ ହେବା ପରେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଖବରପାଇ ଆଠଗଡ଼ ଉପଜିଲ୍ଲାପାଳ, ସ୍ଥାନୀୟ ବିଧାୟକ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କର ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ। ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଆଠଗଡ଼ ଏସ୍‌ଡିଏମ୍‌ଓ ସୂଚନା ଦେଇଛନ୍ତି। ଗାଁକୁ ଏକ ଡାକ୍ତରୀ ଟିମ୍‌ ପଠାଯାଇଥିବା ଉପଜିଲ୍ଲାପାଳ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.