RBIକୁ ଗୁଡ୍‌ ବାଏ କହିଲେ ଗଭର୍ଣ୍ଣର ଉର୍ଜିତ ପଟେଲ୍‌ ,ବ୍ୟକ୍ତିଗତ କାରଣ ଦର୍ଶାଇ ନିଜ ପଦରୁ ଦେଲେ ଇସ୍ତଫା

ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କକୁ ଗୁଡ୍‌ ବାଏ କହିଲେ ଉର୍ଜିତ ପଟେଲ୍‌ । ବେଶ କିଛି ଦିନ ଧରି ଚାଲିଥିବା ଚର୍ଚ୍ଚା ଓ ବାଦ ବିବାଦର ଅବସାନ ହୋଇଛି । ବ୍ୟକ୍ତିଗତ କାରଣ ଦର୍ଶାଇ ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଏଥିପାଇଁ ତତ୍କାଳ ନିଜ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଉର୍ଜିତ ପଟେଲ କହିଛନ୍ତି, ବହୁ ବର୍ଷ ଧରି ବିଭିନ୍ନ ଦାୟିତ୍ୱର ସହ ଆରବିଆଇରେ କାମ କରିବାକୁ ସୁଯୋଗ ମିଳିଛି । ଏହା ମୋ ପାଇଁ ସମ୍ମାନର ବିଷୟ । ସେ ଲେଖିଛନ୍ତି, ଆରବିଆଇ କର୍ମଚାରୀ, ଅଫିସର ଓ ମ୍ୟାନେଜମେଣ୍ଟର ସମର୍ଥନ ଓ କଠୋର ପରିଶ୍ରମ ଦ୍ୱାରା ବ୍ୟାଙ୍କ ଅନେକ ଉପଲବ୍ଧି ହାସଲ କରିଛି । ଏଥିପାଇଁ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି ଉର୍ଜିତ ପଟେଲ୍‌ ।

ରିଜର୍ଭ ବ୍ୟାଙ୍କର ସ୍ୱାୟତ୍ତତା ସମେତ ଆଉ କିଛି ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କ ସହିତ ମତଭେଦ ସାମନାକୁ ଆସିଥିଲା । ଏହାପରେ ଉର୍ଜିତ ପଟେଲ ନିଜ ପଦରୁ ଇସ୍ତଫା ଦେବା ନେଇ ଲାଗି ରହିଥିଲା କଳ୍ପନାଜଳ୍ପନା । ଆସନ୍ତାବର୍ଷ ସେପ୍ଟେମ୍ବର ମାସରେ ଆରବିଆଇ ଗଭର୍ଣ୍ଣର ଭାବରେ ତାଙ୍କର କାର‌୍ୟ୍ୟକାଳ ଶେଷ ହେବାର ଥିଲା । ପାଖାପାଖି ବର୍ଷେ ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.