Below header

ବୋହୂ ଲିପସା ପ୍ରଧାନଙ୍କ ନାଁରେ ଆସିଥିବା ଅଭିଯୋଗକୁ ଖଣ୍ଡନ କଲେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ୍, କହିଲେ ସମସ୍ତ ତଥ୍ୟ ପ୍ରମାଣ ଭିତ୍ତିହୀନ

କାମାକ୍ଷାନଗର: ପୂର୍ତ୍ତ ବିଭାଗ ମନ୍ତ୍ରୀ ତଥା କାମାକ୍ଷାନଗର ବିଧାୟକ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ବୋହୂଙ୍କ ନାଁରେ ଅଭିଯୋଗରେ ସ୍ପଷ୍ଟୀକରଣ ରଖିଛନ୍ତି ନିଜେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ । ଅଭିଯୋଗକୁ ସେ ଭିତ୍ତିହୀନ ବୋଲି କହିଛନ୍ତି । ସମସ୍ତ ତଥ୍ୟ ପ୍ରମାଣ ରହିଥିବା କହିଛନ୍ତି ମନ୍ତ୍ରୀ । କାମାକ୍ଷାନଗର ମହାବିଦ୍ୟାଳୟରେ କ୍ଲାସ ନ କରି ବୋହୁ ଲିପ୍ସା ପ୍ରଧାନ ୨ବର୍ଷ ଧରି ମୋଟା ଅଙ୍କର ଦରମା ନେଇଥିବା ଅଭିଯୋଗ ହୋଇଛି । ଏନେଇ ଲୋକାୟୁକ୍ତଙ୍କ ନିକଟରେ ଆରଟିଆଇ କର୍ମୀ ଫେରାଦ୍‌ ହୋଇଛନ୍ତି ।

୨୦୧୬ରୁ ୨୦୧୮ ପର୍ଯ୍ୟନ୍ତ ସେ କଲେଜ ଯାଇନଥିବା RTI କର୍ମୀ ଅଭିଯୋଗ କରିଛନ୍ତି । ଏନେଇ ବୋହୂ ଲିପ୍ସା ମଧ୍ୟ ସ୍ପଷ୍ଟୀକରଣ ରଖିଛନ୍ତି । ୨୦୧୬ରୁ ୨୦୧୮ ମଧ୍ୟରେ ବାଣୀବିହାରରେ ପିଏଚଡି ସଂପର୍କୀତ କାଗଜପତ୍ର ସେ ଦେଖାଇଛନ୍ତି । ସୂଚନା ଅଧିକାର କର୍ମୀ ଆରଟିଆଇରେ ତଥ୍ୟ ମାଗି ଲିପ୍‌ସା ୨୦୧୬ରୁ ୧୮ ମଧ୍ୟରେ ବାଣୀବିହାରରେ ପିଏଚଡି ପାଇଁ ମନୋନୀତ ହୋଇନଥିବା ଅଭିଯୋଗ କରିଥିଲେ ।

collegeକିନ୍ତୁ ଏହି ସମୟ ମଧ୍ୟରେ ସେ କାମାକ୍ଷାନଗର ମହାବିଦ୍ୟାଳୟରୁ ଦରମା ନେଇଥିଲେ ବୋଲି ସୂଚନା ଅଧିକାର କର୍ମୀ ପ୍ରମାଣ ଦେଇଥିଲେ । ଲିପ୍‌ସା ଏନେଇ କହିଛନ୍ତି ଯେ, ସେ ୨୦୧୬ ମାର୍ଚ୍ଚ ୧୨ ତାରିଖରେ ପିଏଚଡି ପାଇଁ ଇଣ୍ଟରଭ୍ୟୁ ଦେଇଥିଲେ ଓ ୧୮ତାରିଖରେ ଫଳାଫଳ ପ୍ରକାଶ ପାଇଥିଲା । ୨୯ ତାରିଖରେ ସେ ପିଏଚଡିରେ ଆଡମିସନ ନେଇଥିଲେ ବୋଲି ଲିପ୍‌ସା କହିଛନ୍ତି । ତେବେ ବର୍ତ୍ତମାନ ଥିବା କଲେଜ ଅଧ୍ୟକ୍ଷ କହିଛନ୍ତି ଘଟଣା ସମ୍ପର୍କରେ ସେ କିଛି ଜାଣିନାହାଁନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.