ସେୟାର ବଜାରରେ ରେକର୍ଡ ସହ ବଡ଼ ଉତ୍ସାହ: ପ୍ରଥମ ଥର ପାଇଁ ସେନ୍‌ସେକ୍ସ ଟପିଲା ୫୦ ହଜାର ପଏଣ୍ଟ

ନୂଆଦିଲ୍ଲୀ: ସେୟାର ବଜାରରେ ରେକର୍ଡ ସହ ବଡ଼ ଉତ୍ସାହ। ପ୍ରଥମ ଥର ପାଇଁ ସେନ୍‌ସେକ୍ସ ଟପିଲା ୫୦ ହଜାର ପଏଣ୍ଟ। NSEରେ ୧୪ ହଜାର ଅତିକ୍ରମ କରିଛି ନିଫ୍ଟି । ଆଜି ସକାଳୁ ସେନ୍‌ସେକ୍ଟ ୫୦ହାଜର ୯୬.୫୭ ଓ ନିଫ୍ଟ୍‌ଟି ୧୪ହଜାର ୭୩୦ରୁ କାରବାର ଆରମ୍ଭ କରିଥିଲା। ବିଶେଷଜ୍ଞଙ୍କ ମତ, ଆମେରିକା ନିର୍ବାଚନର ପ୍ରଭାବ ସେୟାର ବଜାର ଉପରେ ପଡିଛି।

ଜୋ ବାଇଡେନ୍‌ ରାଷ୍ଟ୍ରପତି ହେବା ପରେ ଭାରତୀୟ ସେୟାର ବଜାରରେ ପ୍ରଥର ଥର ପାଇଁ ଏଭଳି ରେକର୍ଡ ଦେଖିବାକୁ ମିଳିଛି। ବାଇଡେନ୍‌ଙ୍କ ଶପଥ ଉପରେ ସାରା ବିଶ୍ୱର ନଜର ରହିଥିଲା। ବାଇଡେନ୍‌ ଶପଥ ନେବା ପରେ ଟ୍ରମ୍ପଙ୍କ ଅନେକ ନୀତିକୁ ପରିବର୍ତ୍ତନ କରିବା ସହ ଅନେକ ଐତିହାସିକ ପଦକ୍ଷେପ ନେଇଛନ୍ତି। ଯାହାଦ୍ୱାରା ଭାରତୀୟ ନିବେଶକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.