ରାଜଧାନୀରେ ଏକ ଘରୋଇ ହସ୍ପିଟାଲର ରେଡିଓଲୋଜି ଟେକ୍ନିସିଆନଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ,ଥାନାରେ ମାମଲା

କେନ୍ୟୁଜ୍(ବ୍ୟୁରୋ): ରାଜଧାନୀରେ ଏକ ଘରୋଇ ହସ୍ପିଟାଲରେ ମହିଳା କର୍ମଚାରୀଙ୍କୁ ଅସଦାଚରଣ ଘଟଣାରେ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ଚନ୍ଦ୍ରଶେଖର ଥାନା ପୋଲିସ । ଅଟକ ମେଡ଼ିକାଲ କର୍ମଚାରୀ ଜଣଙ୍କ ହେଲେ ରେଡିଓଲୋଜି ବିଭାଗର ଟେକ୍ନିସିଆନ ପ୍ରିୟବ୍ରତ ଦାଶ । ମହିଳାଙ୍କ ଅଭିଯୋଗ ଅନୁସାରେ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲରେ ସେ କାମ କରୁଥିବା ବେଳେ ପ୍ରିୟବ୍ରତ ତାଙ୍କ ପ୍ରତି ଅସଦାଚରଣ କରିଥିଲେ ।

ଏନେଇ ହସ୍ପିଟାଲର ଇଣ୍ଟରନାଲ କମିଟି ପାଖରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ଏହାର ପ୍ରତିବାଦରେ ଆଜି ଏକାଧିକ ଠିକା କର୍ମଚାରୀ ହସ୍ପିଟାଲରେ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.