Below header

ଭୁବନେଶ୍ଵର: ଆସନ୍ତାକାଲିଠୁ ଆରମ୍ଭ ହେବ MSME ବାଣିଜ୍ୟମେଳା, ବାହାର ଦେଶର ବ୍ୟବସାୟୀ ଅଂଶଗ୍ରହଣକୁ ହୋଇଛି ବାରଣ

କେନ୍ୟୁଜ୍(ବ୍ୟୁରୋ):  ଆସନ୍ତାକାଲିଠୁ ଭୁବନେଶ୍ଵର ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହେବ ଏମ.ଏସ.ଏମ.ଇ ବାଣିଜ୍ୟମେଳା ୨୦୨୧ । କାଲି ସଂଧ୍ୟାରେ କାର୍ଯ୍ୟକ୍ରମକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ ଗାଇଡ ଲାଇନ ଭିତରେ ଏହି ବାଣିଜ୍ୟମେଳା ହେବ । ତେବେ ଏଥିରେ କୌଣସି ବାହାର ଦେଶର ବ୍ୟବସାୟୀ ବା ଉଦ୍ୟୋଗୀ ଅଂଶଗ୍ରହଣ କରିବାକୁ ବାରଣ କରାଯାଇଛି । ଏଥର ମେଳାରେ ୫ଟି ହ୍ୟାଙ୍ଗରରେ ମୋଟ ୬୦ ଟି ଲେଖାଏଁ ଷ୍ଟଲ ନିର୍ମାଣ କରାଯାଇଛି । ଏହା ୯ ତାରିଖ ପର୍ଯ୍ୟନ୍ତ ଚାଲିବ ।

msme

ଅଣୁ, କ୍ଷୁଦ୍ର ଓ ମଧ୍ୟମ କ୍ଷେତ୍ରରେ ଅର୍ଥନୀତିକୁ ସୁଦୃଢ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଥିବା ବେଳେ ସରକାର ମୋଟ ୨୮୯ କୋଟି ଟଙ୍କାର ସ୍ୱତନ୍ତ୍ର ଆର୍ଥିକ ସହାୟତା ଘୋଷଣା କରିଥିବା ଏମ.ଏସ.ଏମ.ଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସୂଚନା ଦେଇଛନ୍ତି । ଏହା ରାଜ୍ୟରେ ବ୍ୟାପକ କର୍ମନିଯୁକ୍ତିକୁ କରିବା ସହ ରାଜ୍ୟର ଅର୍ଥନୀତିକୁ ମଧ୍ୟ ତ୍ୱରାନ୍ନିତ କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.