Below header

କେନ୍ଦୁଝର: ବଡ଼ବିଲ କୋହ୍ଲ ବରପଦା ଗ୍ରାମ କ୍ରସର ପ୍ଲାଣ୍ଟ ନିକଟରୁ ଏକ ନର କଙ୍କାଳ ଉଦ୍ଧାର

କେନ୍ଦୁଝର(କେନ୍ୟୁଜ୍): କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ କୋହ୍ଲ ବରପଦା ଗ୍ରାମ ନିକଟରେ ଥିବା ଏକ ପୁରୁଣା କ୍ରସର ପ୍ଲାଣ୍ଟ ନିକଟରୁ ଏକ ନର କଙ୍କାଳ ଉଦ୍ଧାର ହୋଇଛି। ଏକ ପରିତ୍ୟକ୍ତ କୂଅରେ କଙ୍କାଳ ଥିବା ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦମକଳ ବାହିନୀ ସହାୟତାରେ କଙ୍କାଳକୁ ଉଦ୍ଧାର କରିଥିଲେ।

ପରିଚୟ ଜାଣିବା ପାଇଁ ପୋଲିସ ପକ୍ଷରୁ କଙ୍କାଳର ଡିଏନଏ ଟେଷ୍ଟ ନିମନ୍ତେ ଫୋରେନସିକ ଲ୍ୟାବକୁ ପଠାଇବା ସହ ତଦନ୍ତ ଜାରି ରଖିଛି। ସୂଚନାଯୋଗ୍ୟ ଯେ ଗତ କିଛିଦିନ ତଳେ ବଲାଣି ଥାନାରେ ଜଣେ ନିଖୋଜ ଥିବା ରିପୋର୍ଟ ତାର ପରିବାର ପକ୍ଷରୁ କରାଯାଇଥିଲା। ତେବେ ଡିଏନଏ ରିପୋର୍ଟ ପରେ କିଛି ତଦନ୍ତ ଆଗେଇ ପାରିବ ବୋଲି ପୋଲିସ କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.