Below header

ଚାନ୍ଦବାଲି ବିଜୟନଗର ଗାଁରେ ବଧୂହତ୍ୟା! ମାରି ଦେଇ ଟାଙ୍ଗି ଦେଇଥିବା ଅଭିଯୋଗ

ଚାନ୍ଦବାଲି(କେନ୍ୟୁଜ୍): ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅର୍ନ୍ତଗତ ବିଜୟନଗର ଗାଁରେ ବଧୂହତ୍ୟା ଅଭିଯୋଗ । ମହିଳାଙ୍କ ଭାଇ ସୁନିଲ ପୁହାଣ ଏନେଇ ଚାନ୍ଦବାଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ମୁତାବକ ଗତ ଜୁନ୍ ମାସରେ ସୁନିଲ ପୁହାଣଙ୍କ ଭଉଣୀ ଲତାଞ୍ଜଳୀ ପୁହାଣ ଚାନ୍ଦବାଲି ଥାନା ବିଜୟନଗର ଗାଁର କବି ଜେନାଙ୍କୁ ପ୍ରେମ ବିବାହ କରିଥିଲା । ପ୍ରେମ ବିବାହ କରିଥିବାରୁ କିଛି ଯୌତୁକ ଆଣିନଥିବାରୁ ପୁଅର ପରିବାର ତରଫରୁ ବିଭିନ୍ନ ସମୟରେ ବୋହୂକୁ ମାର ଧର କରିବା ସହ ଅସନ୍ତୋଷ ପ୍ରକାଶ କରନ୍ତି ।

ଏମିତି କି ୧ଲକ୍ଷ ଟଙ୍କା ଯୌତୁକ ଦାବି କରିଥିଲେ । ଝିଅର ଭାଇ ମଧ୍ୟ ଅଳ୍ପ ଅଳ୍ପ ଟଙ୍କା ଦେଉଥିଲେ । ହେଲେ ପୁଅର ପରିବାର ଲୋକ ଏଥିରି ଶାନ୍ତି ନହୋଇ ନିଜ ବୋହୂକୁ ମାରି ଟଙ୍ଗାଇ ଦେଇ ଆତ୍ମହତ୍ଯାର ରୂପ ଦେଉଥିବା ନେଇ ଚାନ୍ଦବାଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଭାଇ ସୁନିଲ । ତେବେ ପୋଲିସ ଶବ ଜବତ କରିବା ସହ ବ୍ୟବଛେଦ ପାଇଁ ପଠାଇଛି । ଏହି ଘଟଣାର ତଦନ୍ତ ଚାଲିଛି ,ବ୍ୟବଛେଦ ରିପୋର୍ଟ ଆସିଲା ପରେ ଯାହା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚାନ୍ଦବାଲି ଏସଡିପିଓ କହିଛନ୍ତି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.