ଆମେରିକା ମୋଣ୍ଟଗୋମରିରେ ବିଦ୍ୟୁତ୍ ଖୁଣ୍ଟରେ ମାଡ ହେଲା ବିମାନ, ୯୦ହଜାରରୁ ଅଧିକ ଲୋକଙ୍କ ଘର ଅନ୍ଧାର

ଆମେରିକା : ବିଦ୍ୟୁତ ଖୁଣ୍ଟରେ ପିଟି ହେଲା ବିମାନ। ଆମେରିକା ମୋଣ୍ଟଗୋମରିରେ ବିଦ୍ୟୁତ ଖୁଣ୍ଟରେ ମାଡ ହେଲା ବିମାନ। ୯୦ହଜାରରୁ ଅଧିକ ଲୋକଙ୍କ ଘର ଅନ୍ଧାର । ତେବେ ଦୁର୍ଘଟଣାରେ କେହି ଆହତ ହୋଇନଥିବା ସୂଚନା ମିଳିଛି।

ଖରାପ ପାଣିପାଗ କାରଣରୁ ଛୋଟ ବିମାନଟି ବିଦ୍ୟୁତ ଖୁଣ୍ଟରେ ମାଡ଼ ହୋଇଥିଲା । ୯୦ ହଜାରରୁ ଅଧିକ ଘର ସହ ବ୍ୟବସାୟିକ ପ୍ରତିଷ୍ଠାନ ଅନ୍ଧାର ହୋଇଯାଇଥିଲା। ପ୍ରାୟ ୧୦ ମହଲା ଉଚ୍ଚତା ବିଶିଷ୍ଟ ବିଦ୍ୟୁତ ଖୁଣ୍ଟରେ ହଠାତ୍‌ ପିଟି ହୋଇଯାଇଥିଲା ବିମାନ । ତେବେ ଏହି ଘଟଣାରେ କେହି ଆହତ ହୋଇନାହାଁନ୍ତି।

ସୂଚନା ଥାଉକି, ବିବାର ରାତିରେ ଆମେରିକାର ମେରିଲ୍ୟାଣ୍ଡର ମୋଣ୍ଟଗୋମରି ଜିଲ୍ଲାର ବିଦ୍ୟୁତ୍ ଲାଇନରେ ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯାହାଦ୍ବାରା ବ୍ୟାପକ ବିଦ୍ୟୁତ୍ ସରବରାହ ବନ୍ଦ କରିଦେଇଛି। ଯାହା ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସୂତ୍ରରୁ ପ୍ରକାଶ ପାଇଥିଲା। ଯାହା ଜଣାପଡିଛି, ବର୍ଷା ପାଗ ଯୋଗୁଁ ଏହି ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତଥାପି ଏହାର  ପ୍ରକୃତ କାରଣ ଜଣା ପଡିନାହିଁ |